ପୂଜା ପାଇଁ କମିଶନରେଟ ପୋଲିସର ବ୍ୟାପକ ବ୍ୟବସ୍ଥା, ମୁତୟନ ହେବେ ୩୮ ପ୍ଲାଟୁନ ପୋଲିସ
ପୂଜା ପାଇଁ କମିଶନରେଟ ପୋଲିସର ବ୍ୟାପକ ବ୍ୟବସ୍ଥା, ମୁତୟନ ହେବେ ୩୮ ପ୍ଲାଟୁନ ପୋଲିସ
ଭୁବନେଶ୍ୱର : ପୂଜା ପାଇଁ କମିଶନରେଟ ପୋଲିସର ବ୍ୟାପକ ବ୍ୟବସ୍ଥା । ପୂଜାରେ ଉଭୟ ଟ୍ରାଫିକ ସହ ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦିଆଯିବ । ଲୋକମାନେ ସଚେତନ ହେବା ଆବଶ୍ୟକ । ସାଇବର ଅପରାଧ ସମ୍ବଧରେ ମଧ୍ୟ ଲୋକେ ସଚେତନ ହେବା ଆବଶ୍ୟକ । ଭୁବନେଶ୍ବରରେ ୧୮୭ ପୂଜା ପଣ୍ଡାଲ ରହିଥିବା ବେଳେ କଟକରେ ୧୬୬ ମେଢ଼ ହୋଇଛି ।
ଏଥିପାଇଁ ଭୁବନେଶ୍ୱରରେ ୩୮ ପ୍ଲାଟୁନ ଏବଂ କଟକରେ ୬୪ ପ୍ଲାଟୁନ ପୋଲିସ ମୁତୟନ ହେବେ । ଏହାସହ ୬ ପ୍ଲାଟୁନ CRPF, ୩ ପ୍ଲାଟୁନ ରାପିଡ ଆକ୍ସନ ଫୋର୍ସ ମୁତୟନ ହେବେ । ୨୦୦ ଅଫିସର, CAPF ଫୋର୍ସ ମୁତୟନ ହେବେ । ପୂଜା ସମୟରେ ସ୍ନାଚିଂ ରୋକିବାକୁ ସ୍ଵତନ୍ତ୍ର ପ୍ଲାନ୍ କରାଯାଇଛି । ସାଦା ପୋଷାକରେ ରହିବେ ପୋଲିସ ଅଧିକାରୀ । ପାର୍କିଂ ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ରହିବ । ପୁରା CCTV ସର୍ଭେଲାନ୍ସରେ ରହିବ ପୂଜା ମଣ୍ଡପ ।