ସ୍ୱତନ୍ତ୍ର ‘ବ୍ଲିଙ୍ଗ୍ କଲେକ୍ସନ ସହ ଚାନ୍ଦି ଭଣ୍ଡାରରେ ଦୀପାବଳି,ଗଢ଼ା ମଜୁରି ଉପରେ ୫୦% ପର୍ଯ୍ୟନ୍ତ ରିହାତି

ସ୍ୱତନ୍ତ୍ର ‘ବ୍ଲିଙ୍ଗ୍ କଲେକ୍ସନ ସହ ଚାନ୍ଦି ଭଣ୍ଡାରରେ ଦୀପାବଳି,ଗଢ଼ା ମଜୁରି ଉପରେ ୫୦% ପର୍ଯ୍ୟନ୍ତ ରିହାତି

ସ୍ୱତନ୍ତ୍ର ‘ବ୍ଲିଙ୍ଗ୍ କଲେକ୍ସନ ସହ ଚାନ୍ଦି ଭଣ୍ଡାରରେ ଦୀପାବଳି, ଧନତେରସ୍ ସେଲିବ୍ରେଶନ

•ଗଢ଼ା ମଜୁରି ଉପରେ ୫୦% ପର୍ଯ୍ୟନ୍ତ ରିହାତି

ଭୁବନେଶ୍ୱର(ଅଭିୟାଂଶ ସମାଚାର ):ଆଲୋକର ପର୍ବ ଦୀପାବଳି ମାତ୍ର ଏକ ପ୍ରଥା ନୁହେଁ ଏହା ମିତ୍ରତା, ସମୃଦ୍ଧି ଏବଂ ଆନନ୍ଦର ପର୍ବଏ ପର୍ବ ମା’ ଲକ୍ଷ୍ମୀଙ୍କ ସହ ଜଡ଼ିତ, ଯିଏକି ଧନ ଏବଂ ସମୃଦ୍ଧିର ଦେବୀ। ଦୀପାବଳିରେ ଗହଣା ପିନ୍ଧିଲେ ଧନ ପ୍ରାପ୍ତି ହୋଇଥାଏ ଏବଂ ସମୃଦ୍ଧି ମିଳେ ବୋଲି ବିଶ୍ଵାସ ରହିଛି। ଦୀପାବଳିର ଆଲୋକକୁ ଆହୁରି ଉଜ୍ଜ୍ଵଳ କରିବା ପାଇଁ ରୁପା ଗହଣାର ଅନ୍ୟତମ ଅଗ୍ରଣୀ ଷ୍ଟୋର ‘ଚାନ୍ଦି ଭଣ୍ଡାର’ ଏହାର ସ୍ବତନ୍ତ୍ର ‘ବ୍ଲିଙ୍ଗ୍ କଲେକ୍ସନ’ର ଉପସ୍ଥାପନ କରିଛି୯୨.୫% ଶୁଦ୍ଧତାଯୁକ୍ତ ଷ୍ଟର୍ଲିଙ୍ଗ୍ ସିଭରରେ ଜିର୍‌କନ୍ ଖଚିତ ଏହି ଆକର୍ଷଣୀୟ ତଥା ଷ୍ଟାଇଲିସ୍ ଗହଣା ସମ୍ଭାର ପରମ୍ପରା ଏବଂ ସୁନ୍ଦରତାରେ ଉପଯୁକ୍ତ ସନ୍ତୁଳନ ରକ୍ଷା କରେ। ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଏ କଲେକ୍ସନ ଏକ ସର୍ବଶ୍ରେଷ୍ଠ ଫ୍ୟାଶନ୍ ଷ୍ଟେଟ୍‌ମେଣ୍ଟ, ଯାହାକି ଆତ୍ମବିଶ୍ୱାସ, ସୁନ୍ଦରତା ଏବଂ ସଫଳତାକୁ ପାଳନ କରୁଥିବା ଚମତ୍କାର ରଙ୍ଗ ପ୍ରଦାନ କରିଥାଏ। ପଥରର ଚମକ ସହିତ ଆକର୍ଷଣୀୟ ଡିଜାଇନ୍‌ରେ ଦୀପାବଳି ପାଳନ କରିବାର ସୁଯୋଗ ପ୍ରଦାନ କରୁଛି ଚାନ୍ଦି ଭଣ୍ଡାର। ପାର୍ବଣ ଉତ୍ସାହକୁ ଆହୁରି ବଢ଼ାଇବା ପାଇଁ ବ୍ରାଣ୍ଡ୍ ଆମ୍ବାସଡର ଶୈଳେନ୍ଦ୍ର ସାମନ୍ତରାୟ ଏବଂ ଶିବାନୀ ସଙ୍ଗୀତାଙ୍କୁ ନେଇ ଏକ ଦୀପାବଳି କ୍ୟାମ୍ପେନ ପ୍ରସ୍ତୁତ କରିଛି ଚାନ୍ଦି ଭଣ୍ଡାରଏଥିରେ ଉଭୟ ବ୍ରାଣ୍ଡ ଆମ୍ବାସଡର ବ୍ଲିଙ୍ଗ୍ ଏବଂ ଆମୋଘ କଲେକ୍ସନକୁ ପ୍ରଦର୍ଶିତ କରିବେ। ଗ୍ରାହକଙ୍କୁ ସ୍ବତନ୍ତ୍ର ଦୀପାବଳି ଅଫର ପ୍ରଦାନ ପୂର୍ବକ ଚାନ୍ଦି ଭଣ୍ଡାର ପକ୍ଷରୁ ରୁପା ଗହଣା ଏବଂ ଆର୍ଟିଫାକ୍ଟର ଗଢ଼ା ମଜୁରି ଉପରେ ୫୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ଏ ଅଫର ଅକ୍ଟୋବର ୧୮ରୁ ୩୧ ପର୍ଯ୍ୟନ୍ତ ଉପଲବ୍ଧ। ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍‌ସା ହଂସ କୁହନ୍ତି ଯେ, ଏଥର ଦୀପାବଳିରେ ଆମ ବ୍ରାଣ୍ଡ ଆମ୍ବାସଡର ଶୈଳେନ୍ଦ୍ର ସାମନ୍ତରାୟ ଏବଂ ଶୀବାନି ସଙ୍ଗୀତା ବ୍ଲିଙ୍ଗ୍ ଓ ଆମୋଘ କଲେକ୍ସନ ସହ ନିଜକୁ ଆଭୁଷିତ କରିବେ। ଆମର ସ୍ବତନ୍ତ୍ର ଦୀପାବଳି କ୍ୟାମ୍ପେନ୍ ମାଧ୍ୟମରେ ଉଭୟ ଆମ କଲେକ୍ସନର ମ୍ୟାଜିକ୍‌କୁ ଲୋକଙ୍କ ଜୀବନରେ ଆଣିବେ। ଦୀପାବଳି ସେଲିବ୍ରେଶନ୍‌କୁ ପରିଭାଷିତ କରୁଥିବା ଆନନ୍ଦ ଏବଂ ଷ୍ଟାଇଲ୍‌କୁ ସେମାନେ ଉପସ୍ଥାପନ କରିବେ।ସୂଚନାଯୋଗ୍ୟ, ଚାନ୍ଦି ଭଣ୍ଡାର ରୁପା ଗହଣାର ଏକ ପସନ୍ଦଯୋଗ୍ୟ ପାରିବାରିକ ଷ୍ଟୋର ଭାବେ ପରିଗଣିତ ହୋଇଛି। ଦୀପାବଳି ପାଇଁ ଏହା ବ୍ୟାପକ ସମ୍ଭାରର ରୁପା ଗହଣା ଉପଲବ୍ଧ କରାଇଥାଏ। ଷ୍ଟୋରରେ ରୁପା ଦୀପ, ଅଷ୍ଟଲକ୍ଷ୍ମୀ କଳସରୁ ଆରମ୍ଭ କରି ଥାଳି, କଏନ୍, ରୁପା ବାର, ଦେବାଦେବୀଙ୍କ ପ୍ରତିମା ଏବଂ ଡେକୋରେଟିଭ୍ ଆଇଟମ୍ ଉପଲବ୍ଧ। ଏହାସହିତ ଷ୍ଟୋର ମଧ୍ୟ ଉଭୟ କର୍ପୋରେଟ ଏବଂ ପରିବାର ପାଇଁ ଉପହାର ସଲ୍ୟୁସନ ପ୍ରଦାନ କରିଥାଏଉତ୍ତମମାନର ଉତ୍ପାଦ ଏବଂ ଡେଲିଭରି ସର୍ଭିସ ପାଇଁ କର୍ପୋରେଟ୍‌ଗୁଡ଼ିକ ଲାଗି ଏହା ଏକ ଭରସାଯୋଗ୍ୟ ବ୍ରାଣ୍ଡ ଭାବେ ପରିଗଣିତ ହୋଇଥିବା ଶ୍ରୀମତୀ ହଂସ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଚାନ୍ଦି ଭଣ୍ଡାର ରାଜ୍ୟର ଏକ ଏକ୍ସକ୍ରୁସିଭ୍ ରୁପା ଚେନ୍ ଷ୍ଟୋର। ୨୦୧୩ରେ ଏକ ସ୍ବତନ୍ତ୍ର ସିଲ୍‌ଭର ଷ୍ଟୋର ଭାବେ ଏହା ଓଡ଼ିଶାରେ ସ୍ଥାପିତ ହୋଇଥିଲା। ବର୍ତ୍ତମାନ ଏହାର ଷ୍ଟୋର ସଂଖ୍ୟା ସମଗ୍ର ରାଜ୍ୟରେ ୧୭ରେ ପହଞ୍ଚିଛି। ଭୁବନେଶ୍ୱରର ସହିଦ ନଗର, ପଟିଆ, ଜନପଥ, ସୌଭାଗ୍ୟନଗର, ରସୁଲଗଡ଼ ଓ ନୟାପଲ୍ଲୀ, କଟକର କ୍ୟାଣ୍ଟନ୍‌ମେଣ୍ଟ ରୋଡ୍ ଏବଂ ସିଡିଏ, ରାଉରକେଲା, ଅନୁଗୁଳ, ଯାଜପୁର, ବ୍ରହ୍ମପୁର, ବାଲେଶ୍ୱର, ଢ଼େଙ୍କାନାଳ, ତାଳଚେର, ଭଦ୍ରକ ଏବଂ ବାରିପଦାରେ ଏହାର ଷ୍ଟୋର ରହିଛିଗ୍ରାହକଙ୍କୁ ବ୍ୟାପକ ରେଞ୍ଜ୍ ରୁପା ଉତ୍ପାଦ ଯୋଗାଇବା, ଜୀବନକାଳ ମାଗଣା କ୍ଲିନିଂ, ସର୍ବୋତ୍ତମ ବଦଳ ନୀତି, କଷ୍ଟମାଇଜେସନ୍, କ୍ରୟ ପୂର୍ବରୁ ପରଖିବା, ଭ୍ୟାଲ୍ୟୁ ଫର୍ ମନି ଏବଂ ହଲ୍‌ମାର୍କଯୁକ୍ତ ଓ କ୍ୱାଲିଟି ଉତ୍ପାଦ ଚାନ୍ଦି ଭଣ୍ଡାରର ପ୍ରତିଶ୍ରୁତି। ଏହି ଦୀପାବଳିରେ ଚାନ୍ଦି ଭଣ୍ଡାରକୁ ସେଲିବ୍ରେଶନ୍‌ର ଅଂଶ କରିବାକୁ ଷ୍ଟୋର ପକ୍ଷରୁ ଅନୁରୋଧ କରାଯାଇଛି।