ଲୋକସେବା ଭବନରେ ଆଜି ଜିଲ୍ଲାପାଳ ଓ ପୋଲିସ ଏସପିଙ୍କ ସମ୍ମିଳନୀ

ଲୋକସେବା ଭବନରେ ଆଜି ଜିଲ୍ଲାପାଳ ଓ ପୋଲିସ ଏସପିଙ୍କ ସମ୍ମିଳନୀ

ଲୋକସେବା ଭବନରେ ଆଜି ଜିଲ୍ଲାପାଳ ଓ ପୋଲିସ ଏସପିଙ୍କ ସମ୍ମିଳନୀ

ଭୁବନେଶ୍ୱର 28|9( ଅଭିୟାଂଶ ସମାଚାର ):ଲୋକସେବା ଭବନରେ ଆଜି ଜିଲ୍ଲାପାଳ ଓ ପୋଲିସ ଏସପିଙ୍କ ସମ୍ମିଳନୀ । ବୈଠକରେ ରାଜ୍ୟ ସରକାରଙ୍କ ବିକାଶର ରୋଡ ମ୍ୟାପ ନେଇ ଆଲୋଚନା ହେବ । ଗତକାଲି ଜିଲ୍ଲାପାଳ ସମ୍ମିଳନୀର ପ୍ରଥମ ଦିନରେ ବିଭିନ୍ନ ସରକାରୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଉପରେ ଆଲୋଚନା କରାଯାଇଥିଲା  । ସରକାରୀ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକାରିତା ଜିଲ୍ଲାପାଳଙ୍କ ହାତରେ ରହିଛି ।

ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ଜିଲ୍ଲାପାଳଙ୍କ ଦାୟିତ୍ବ ବୋଲି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ । ଆଜି ସମ୍ମିଳନୀରେ ଯୋଗଦେବେ ଏସପି  । ଫିଲଡରେ କିଛି ପୋଲିସ ଅଧିକାରୀ ପୋଲିସ କାମ ଛାଡି ଖଣି ଓ ଶିଳ୍ପାଞ୍ଚଳରେ ପରିବହନ ଏବଂ ଅନ୍ୟ କିଛି କାରବାରରେ ଲିପ୍ତ ରହୁଛନ୍ତି  । ପୋଲିସ ଡିଜି ଏ ପ୍ରସଙ୍ଗରେ ଗଭୀର ଉଦବେଗ ପ୍ରକାଶ କରିଥିବା ବେଳେ ଏହା ମଧ୍ୟ ସମ୍ମିଳନୀରେ ଉଠିବ । ମହିଳା ବିରୋଧୀ ହିଂସା ରୋକିବା, ଲୋକାଭିମୁଖୀ ପୋଲିସ, ସାଇବର କ୍ରାଇମ ମୁକାବିଲା, ନିଶା ନିବାରଣ ଓ ୨୦୨୬ ସୁଦ୍ଧା ନକ୍ସଲ ନିପାତ ସମ୍ମିଳନୀ ର ମୁଖ୍ୟ ଆଲୋଚନାର ବିଷୟବସ୍ତୁ ରହିବ ।