ଥମୁନି ବିମାନରେ ବୋମା ଧମକ, ଏକାଥରକେ ୮୫ ବିମାନକୁ ମିଳିଲା ଧମକ
ବିମାନରେ ପୁଣି ବୋମା ଧମକ । ଏଥର ଏକାଥରକେ ୮୫ ବିମାନକୁ ବୋମା ଧମକ । ୨୦ ଏୟାର ଇଣ୍ଡିଆ, ୨୦ଇଣ୍ଡିଗୋ, ୨୦ ଭସ୍ତାରା ଏବଂ ୨୫ ଆକାଶା ବିମାନକୁ ବୋମା ଧମକ ମିଳିଛି ।
ଏହା ପୂର୍ବରୁ ଦିଲ୍ଲୀ ପୋଲିସ ଗତ ୮ ଦିନରେ ୧୭୦ରୁ ଅଧିକ ଘରୋଇ ଓ ଅର୍ନ୍ତଜାତୀୟ ବିମାନରେ ବୋମା ଧମକ ମିଳିଛି । ଏଥିପାଇଁ ୮ଟି ସ୍ଥାନରେ ଅଲଗା ଅଲଗା ଏଫଆଇଆର ଦାୟର ହୋଇଛି । ଯେଉଁ ଉଡାଣକୁ ଧମକ ମିଳିଛି, ସେଥିରେ ଏୟାର ଇଣ୍ଡିଆ, ଇଣ୍ଡିଗୋ, ଭିସ୍ତାରା ଏବଂ ଆକାଶା ଏୟାରଲାଇନ୍ସ ରହିଛି । ତେବେ ଧମକ ମିଳିବା ପରେ ପୋଲିସ ମାମଲାର ଯାଞ୍ଚ କରୁଛି ।
ଦିଲ୍ଲୀ ପୋଲିସର ସାଇବର ସେଲର ବିଭିନ୍ନ ଟିମ ଉଡାଣ ଉପରେ ନଜର ରଖିଛି । ସୋସିଆଲ ମିଡିଆ ସହିତ ଅନ୍ୟ ଗତିବିଧି ଉପରେ ନଜରରଖିଛି । ଗତ ସପ୍ତାହରେ ଅତିକମରେ ୧୭୦ରୁ ଅଧିକ ଉଡାଣ ବୋମାକୁ ଧମକ ମିଳିଛି ।
ବିମାନରେ ବୋମା ଥିବା ମିଛ ପ୍ରଚାର ପାଇଁ ୬୦ରୁ ୮୦ କୋଟି ଟଙ୍କା ବିମାନ କମ୍ପାନୀ କ୍ଷତି ସହୁଛି । ତେବେ ବିମାନରେ ବୋମା ରହିଥିବାର ସୂଚନା ମିଳିବା ପରେ ବିମାନଟି ପାଖରେ ଥିବା ଏୟାରପୋର୍ଟରେ ଅବତରଣ କରିବାକୁ ପଡିଥାଏ । ଏହା କେବଳ ଅଧିକ ଇନ୍ଧନ ଖର୍ଚ୍ଚ କରେ ନାହିଁ । ବିମାନଟିକୁ ଯାଞ୍ଚ କରିବା ଯାତ୍ରୀମାନଙ୍କ ପାଇଁ ହୋଟେଲର ବ୍ୟବସ୍ଥା କରିବା, ଯାତ୍ରୀମାନଙ୍କର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପର୍ଯ୍ୟନ୍ତ ବ୍ୟବସ୍ଥା କରିବାକୁ ପଡିଥାଏ । ଏହି ସମସ୍ତ ବ୍ୟବସ୍ଥା କରିବା ପାଇଁ ପ୍ରାୟ ତିନି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ସୋମବାରରୁ ଏପର୍ଯ୍ୟନ୍ତ ୧୭୦ରୁ ଅଧିକ ଫ୍ଲାଇଟ୍ସକୁ ବୋମାରେ ଉଡାଇଦେବା ଧମକ ମିଳିଛି । ଗତକାଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଥିଲେ ଯେ ଏୟାରଲାଇନ୍ କମ୍ପାନୀକୁ ହକ୍ସ ବା ମିଥ୍ୟା କଲ୍ କଲେ ଏବେ ଏହା ଅପରାଧ ଭାବରେ ବିବେଚିତ ହେବ ।