ହିଞ୍ଜିଳି ରେ ବିଜେଡି ପକ୍ଷରୁ ଯୁବ ସମାବେଶ

ହିଞ୍ଜିଳି ରେ ବିଜେଡି ପକ୍ଷରୁ ଯୁବ ସମାବେଶ

ହିଞ୍ଜିଳିକାଟୁ ରେ ବିଜୁ ଜନତା ଦଳ ପକ୍ଷରୁ ଯୁବ ସମାବେଶ ଆୟୋଜିତ। ଆସନ୍ତା ମେ 20 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ହେବ ଆସିକା ସଂସଦୀୟ କ୍ଷେତ୍ରରେ ହେବ ସାଧାରଣ ନିର୍ବାଚନ। ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ହେଉଛି ନବୀନଙ୍କ ଗଡ଼। ପାଞ୍ଚ ପାଞ୍ଚ ଥର ହିଞ୍ଜିଳି ରୁ ପ୍ରତିନିଧିତ୍ୱ କରି ପାଞ୍ଚ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ପାଇଛନ୍ତି। ଏଥିପାଇଁ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ସାରା ଓଡିଶା ରେ ପରିଚିତ। ଆଜିର ଯୁବ ସମାବେଶ ରେ ଉପସ୍ଥିତ ଯୁବକ ଙ୍କ ଉପସ୍ଥିତି ଏବଂ ଉତ୍ସାହ ପ୍ରମାଣିତ କରୁଛି ନବୀନ ଙ୍କୁ ଭଲ ପାଇବା। ପୁଣି ନବୀନ ଙ୍କୁ ଷଷ୍ଠ ଥର ପାଇଁ ଲକ୍ଷାଧିକ ଭୋଟ ରେ ବିଜୟୀ କରି ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରି ଏକ ନୂଆ ଇତିହାସ ରଚିବ ଓଡିଶା।ଆଉ ତାର ମୁକ ସାକ୍ଷୀ ହୋଇ ରହିବ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ।

ଆସିକା ସଂସଦୀୟ କ୍ଷେତ୍ରରେ ଲୋକସଭା ଆସନ ପାଇଁ ଜଣେ ଉଚ୍ଚ ଶିକ୍ଷିତା, ଯୁବତୀ ଙ୍କୁ ଦଳ ପ୍ରାର୍ଥୀ କରିଥିବାରୁ ବହୁ ଉତ୍ସାହ ଦେଖିବାକୁ ମିଳିଛି ସମାବେଶରେ। ନବୀନ ବାବୁ ଏଥର କଣ୍ଟାବାଞ୍ଜି ଏବଂ ହିଞ୍ଜିଳି ଦୁଇଟି ଆସନ ରୁ ଲଢ଼ିବାକୁ ଯାଉଥିବା ବେଳେ ହିଞ୍ଜିଳି ରୁ ବହୁ ଭୋଟରେ ବିଜୟୀ କରାଇ ପୁଣି ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ବାସୀଙ୍କ ଆସ୍ଥା ଭାଜନ ହେବା କୁ ଆଶା ରଖିଛନ୍ତି ନେତୃବର୍ଗ। ଏହି ଯୁବ ସମାବେଶ କୁ ଶେରଗଡ଼ ବ୍ଲକ ଯୁବ ସଭାପତି ସନ୍ତୋଷ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ହିଞ୍ଜିଳି ପ୍ରତିନିଧି ଶରତ ମହାପାତ୍ର, ଶେରଗଡ଼ ଏବଂ ହିଞ୍ଜିଳି ବ୍ଲକ ସଭାପତି ଆସିକା ଲୋକସଭା ପାର୍ଥିନୀ ରଂଜିତା ସାହୁ,ହଞ୍ଜିଳି ବ୍ଲକ ଏବଂ ହିଞ୍ଜିଳି ମୁନସିପାଲଟି ଯୁବ ସଭାପତି ଙ୍କ ସମେତ ଦୁଇ ବ୍ଲକର ଜିଲ୍ଲା ପରିଷଦ ସରପଞ୍ଚ ଏବଂ ହଜାରେ ରୁ ଉର୍ଦ୍ଧ ଯୁବ କ ସମାବେଶରେ ଉପସ୍ଥିତ ରହି ଆଭାସୀ ମାଧ୍ୟମରେ ଫାଇବ ଟି ଅଧକ୍ଷ ଭି କେ ପାଣ୍ଡିଆନ ଯୁବ ସମାବେଶ ରେ ଯୋଡି ହୋଇ ଯୁବକ ମାନଙ୍କୁ ଉତ୍ସାହିତ କରିବା ସହ ବିଗତ ଏବଂ ଆଗାମୀ ଦିନରେ ନବୀନ ବାବୁଙ୍କ ଲକ୍ଷ୍ୟ ଯୁବ ସମାଜ ପାଇଁ ରହିଥିବା ଲକ୍ଷ୍ୟ କହିଥିଲେ ଏବଂ ହିଞ୍ଜିଳିରେ ପୁଣି ଶଙ୍ଖ ବାଜିବା ସହ ଲକ୍ଷା ଧିକ ଭୋଟରେ ଲୋକସଭା ପାର୍ଥିନୀ ରଂଜିତା ସାହୁ ଏବଂ ନବୀନ ବାବୁଙ୍କୁ ବିଜୟୀ କରିବାକୁ ଯୁବ ସମାଜ କହିଥିଲେ।