ବିବାହର ୫ ବର୍ଷ ପରେ ମା’ ହେବେ ରୁହି ଚତୁର୍ବେଦି, ସେୟାର କଲେ ବେବି ବମ୍ପ ଫଟୋ

ବିବାହର ୫ ବର୍ଷ ପରେ ମା’ ହେବେ ରୁହି ଚତୁର୍ବେଦି, ସେୟାର କଲେ ବେବି ବମ୍ପ ଫଟୋ

ଶ୍ରଦ୍ଧା ଆର୍ଯ୍ୟ ଏବଂ ଧୀରଜ ଧୁପରଙ୍କ ‘କୁଣ୍ଡଲି ଭାଗ୍ୟ’ରେ ନିଜର ନକାରାତ୍ମକ ଚରିତ୍ର ପାଇଁ ଫେମସ ହୋଇଥିବା ରୁହି ଚତୁର୍ବେଦି ମା’ ହେବାକୁ ଯାଉଛନ୍ତି । ଟିଭି ଅଭିନେତ୍ରୀ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ନିଜର ସମସ୍ତ ସାଙ୍ଗ ଏବଂ ଫଲୋଅର୍ସଙ୍କ ପାଇଁ ଏହି ଖବରକୁ ଏକ ଖାସ୍ ଢଙ୍ଗରେ ସେୟାର କରିଛନ୍ତି । ଅଭିନେତ୍ରୀ ସ୍ୱାମୀଙ୍କ ସହ ଏକ ରୋମାଣ୍ଟିକ୍ ଭିଡିଓ ସେୟାର କରି ଏହି ଖୁସି ଖବର ଦେଇଛନ୍ତି । ଭିଡିଓରେ ତାଙ୍କ ବେବି ବମ୍ପ ସ୍ପଷ୍ଟ ଦେଖିବାକୁ ମିଳିବ । ଭିଡିଓ ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବାରେ ଲାଗିଛି । ୨୦୧୯ରେ  ଶିବେନ୍ଦ୍ର ଓମ ସାଇୟୋଲଙ୍କୁ ବିବାହ କରିଥିବା ରୁହି ଚତୁର୍ବେଦୀ ପାଞ୍ଚ ବର୍ଷ ପରେ ମା ହେବାକୁ ଯାଉଛନ୍ତି ।

ଭିଡିଓରେ ରୁହି ଚତୁର୍ବେଦି ଗୋଲାପୀ ମୋନୋକିନିରେ ସ୍ୱାମୀ ଶିବଙ୍କ ଆଡକୁ ମୁହଁ କରି ନିଜ ବେବି ବମ୍ପ ଦେଖାଉଥିବା ନଜର ଆସିଛନ୍ତି । ଏହି ଭିଡିଓ ସେୟାର କରି ରୁହି ଲେଖିଛନ୍ତି, ‘ଆମ ସୁନ୍ଦର ପରିବାର ଟିକିଏ ବଡ ହେବାକୁ ଯାଉଛି ଏବଂ ଆହୁରି ଅନେକ ସୁନ୍ଦର ମୁହୂର୍ତ୍ତ ଆସିବାକୁ ଯାଉଛି।

ଅଭିନେତ୍ରୀ ଏହି ଭିଡିଓକୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିବା ମାତ୍ରେ ତାଙ୍କ ଫ୍ୟାନ୍ସ ଏବଂ ସାଙ୍ଗମାନେ ଅଭିନନ୍ଦନର ମେସେଜ୍ ଦେବା ଆରମ୍ଭ କରିଛନ୍ତି । କୁଣ୍ଡଲି ଭାଗ୍ୟର କୋ ଷ୍ଟାର ଶ୍ରଦ୍ଧା ଆର୍ଯ୍ୟ, ଯିଏକି ଖୁବଶୀଘ୍ର ମା ହେବାକୁ ଯାଉଛନ୍ତି, ସେ ମଧ୍ୟ ରୁହିଙ୍କ ପୋଷ୍ଟରେ କମେଣ୍ଟ ଦେଇ ଲେଖିଛନ୍ତି, ଇଣ୍ଟରନେଟରେ ଦେଖୁଥିବା ଖବର ମଧ୍ୟରେ ଏହା ହେଉଛି ସବୁଠାରୁ ଭଲ ଖବର । ଦମ୍ପତିଙ୍କୁ କମେଣ୍ଟରେ ଶୁଭେଚ୍ଛା ଜଣାଇଛନ୍ତି ଶ୍ରଦ୍ଧା ।