ପ୍ରତ୍ୟୁଷରୁ ବୋଇତ ବନ୍ଦାଣ ସହ ପିର ଜହାନିଆଁ ବାଲିଯାତ୍ରା ଆରମ୍ଭ । ପଚାଶ ହଜାର ରୁ ଉର୍ଦ୍ଧ ଭକ୍ତ ଙ୍କ ସମାଗମ ।

ପ୍ରତ୍ୟୁଷରୁ ବୋଇତ ବନ୍ଦାଣ ସହ ପିର ଜହାନିଆଁ ବାଲିଯାତ୍ରା ଆରମ୍ଭ । ପଚାଶ ହଜାର ରୁ ଉର୍ଦ୍ଧ ଭକ୍ତ ଙ୍କ ସମାଗମ ।

ପ୍ରତ୍ୟୁଷରୁ ବୋଇତ ବନ୍ଦାଣ ସହ ପିର ଜହାନିଆଁ ବାଲିଯାତ୍ରା ଆରମ୍ଭ । ପଚାଶ ହଜାର ରୁ ଉର୍ଦ୍ଧ ଭକ୍ତ ଙ୍କ ସମାଗମ ।
 ଅସ୍ତରଙ୍ଗ,,ଶୁକ୍ରବାର ସକାଳୁ ସକାଳୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ଛୁରିଅନା ଗ୍ରାମପଞ୍ଚାୟତ ର ପିର ଜାହାନିଆ ବାଲିଯାତ୍ରା ଆରମ୍ଭ ହୋଇଛି । ସକାଳ ସାତ ଘଟିକା ରେ, ଓଡ଼ିଶା ସରକାର ଙ୍କର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି କୁ ଉଦଜୀବିତ କରି ରଖିବା  ଉଦ୍ଦେଶ୍ୟରେ ,ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୋଇତକୁ ଶୁ ସଜିତ କରାଗଲା ପରେ ପୂଜକ ବସୁ ନାନା ଙ୍କ ଦ୍ଵାରା ହୋମ ଯଜ୍ଞ ଆଦି କରାଜାଇ ସରପଞ୍ଚ ଖିରୋଦ କାଣ୍ଡି ନଡ଼ିଆ ବଡୋଇ ଶୁଭାରମ୍ଭ କରିଥିଲେ । ବେଲା ଭୂମି ସାହିତ୍ୟ ସଂସଦ ର ସମ୍ପାଦକ ଦୁଃଶାସନ ନାୟକ, କୋର୍ଡି ନେଟର ଶୋଭାକର ବେହେରା ଙ୍କ ସମେତ ସମସ୍ତ  କର୍ମ କର୍ତ୍ତା,ସମିତି ସଭ୍ୟ ବିମ୍ବାଧର ବିଶ୍ଵାଳ,ଅସ୍ତରଙ୍ଗ ଥାନାର ସବ୍ ଇନସ ପକ୍ଟର ଦୀପକ ସାମନ୍ତ ସିଂହାର,ଅସ୍ତରଙ୍ଗ ବ୍ଲକ ର ଅଗ୍ନିଶ୍ରମ୍ ବାହିନୀର ସୂଜିତି କୁମାର ଭୋଇ,ହାବିଲଦାର ଯଶୋବନ୍ତ ପ୍ରଧାନ,ପରେ ଅସ୍ତରଙ୍ଗ ବ୍ଲକ ବି ଡି ଓ,ମଧୁସ୍ମିତା ବେହେରା ବ୍ଲକ ଅଧ୍ୟକ୍ଷା ଆରତୀ ନାଏକ,ଆଦି ସାମିଲ ହୋଇ ବୋଇତ ବନ୍ଦାଣ ର ଉଦେଶ୍ୟ ସହ, ନୌ ବାଣିଜ୍ୟ ପରମ୍ପରା ଉପରେ ଆଲୋଚନା କରିଥିଲେ ।
ଅପର ପକ୍ଷରେ,ସକାଳୁ ସକାଳୁ ପିର ପୀଠ ବାଲି ଯାତ୍ରାରେ ସହ ସହ ଭକ୍ତ ସମୁଦ୍ର ରେ ବୁଡ ପକାଇ ପିରଙ୍କୁ ଦର୍ଶନ କରି ଫେରିଥିବା ଦେଖା ଯାଇଥିଲା । ଦୋକାନ ବଜାର ସହ ବିଭିନ୍ନ ରଙ୍ଗ ବେରଙ୍ଗର ସାଜ  ପିର ପୀଠ ମେଳା ପଡିଆକୁ ସରସ ସୁନ୍ଦର କରିଛି । ବହୁ ଦୂର ଦୁରାନ୍ତରୁ ଯାତ୍ରୀ ମାନେ ଆସି ସମୁଦ୍ର ବେଲା ଭୂମି ଓ ବଣ ଭୋଜି କରି ନିଜର ମଜା ନେଉ ଥିବାର ଦେଖିବାକୁ ମିଳିଛି । ଯାତ୍ରା ସ୍ଥଳରେ ବ୍ଲକ ବିଡିଓ,ସସ୍ମିତା ବେହେରା,ବ୍ଲକ ଅଧ୍ୟକ୍ଷା ଆରତୀ ନାଏକ,ସହ ପୋଲିସ ବିଭାଗ, ପାନୀୟ ଜଳ ବିଭାଗ,ଅଗ୍ନିଶ୍ରମ ବିଭାଗ , ସ୍ୱାସ୍ଥ ବିଭାଗ ବିଦୁତ ବିଭାଗ ସମେତ,ସରକାରୀ ସ୍ଥରିୟ ବହୁ କର୍ମଚାରୀ ଉପସ୍ଥିତ ରହି ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ ।  ପୁରୀ ଜିଲ୍ଲା ର ଅତିରିକ୍ତ ଏସପି,ବିଷ୍ଣୁ ବରାଳ ପତି ,ଗୋପ ଥାନା ଆଇ ଆସି ସି,ପ୍ରଶାନ୍ତ ପଢ଼ୀଆରି ଅସ୍ତରଙ୍ଗ ଥାନା  ଆଇ ଆଇ ସି,ରାଜେଶ କୁମାର ବଳିଆର ସିଂ ପ୍ରମୁଖ ଯାତ୍ରା ସ୍ଥଳରେ ଉପସ୍ଥିତ ରହି ଆଇନ ଶୃଙ୍ଖଳା ଉପରେ ସ୍ଵିତନ୍ତ୍ର ସୃଷ୍ଠି ରଖିଥିବା ଦେଖିବାକୁ ମିଳିଛି ।