ବିଜେପି ବିଧାନସଭା ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ବସନ୍ତ ଉଲାକାଙ୍କ ପ୍ରତି ମରଣାନ୍ତକ ଆକ୍ରମଣ
ରାୟଗଡା ବିଜେପି ବିଧାନସଭା ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ବସନ୍ତ ଉଲାକାଙ୍କ ପ୍ରତି ମରଣାନ୍ତକ ଆକ୍ରମଣ ହୋଇଥିଲା। ବସନ୍ତ ଉଲାକା ରାୟଗଡା ସହରର ବିଦ୍ୟାନଗର ଠାରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳୀ କାର୍ୟ୍ୟାଳୟ ରେ ବସିଥିବା ସମୟରେ ଅଜଣା ଯୁବକ ମାନେ ଖଣ୍ଡା ଭଳି ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ । ଏହି ଆକ୍ରମଣରୁ ସେ ବର୍ତୀ ଯାଇଥିଲେ । ଏହାକୁ ନେଇ ବସନ୍ତ ଉଳାକା ନିଜ ସମର୍ଥକ ମାନଙ୍କ ସହିତ ରାୟଗଡା ଥାନାରେ ପହଞ୍ଚିଥିଲେ । ସେଠାରେ ଚାପା ଉତ୍ତେଜନା ଦେଖାଦେଇଥିଲା। ପୋଲିସ ଏହି ଘଟଣାକୁ ନେଇ ଦୁଇଜଣ ଙ୍କୁ ଅଟକ ରଖିଥିବା ବେଳେ ଗୋଟିଏ ଖଣ୍ଡା ଜବତ କରିଛି। ଏହି ଘଟଣାକୁ ପୂର୍ବତନ ରାଜ୍ୟସଭା ସଦସ୍ୟ ଓ ରାୟଗଡ଼ା ଜିଲ୍ଲା ବିଜେଡି ସଭାପତିଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ ଦେଉଛନ୍ତି।
Byte - ବସନ୍ତ ଉଲାକା, ରାୟଗଡ଼ା ବିଜେପି ବିଧାନସଭା ପ୍ରାର୍ଥୀ।