ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ

ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର 28|9( ଅଭିୟାଂଶ ସମାଚାର ): ସହିଦନଗର ଦୁର୍ଗା ପୂଜା ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା। ଏଥିରେ ସମିତିର ସଭାପତି ଶ୍ରୀ ହେମନ୍ତ କୁମାର ପରିଡା ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ ଓ ସମସ୍ତ ଗଣମାଧ୍ୟମ, ଫଟୋ ସାମ୍ବାଦିକ ଓ ସମ୍ବାଦପତ୍ରର ପ୍ରତିନିଧି ମଣ୍ଡଳୀ କୁ ସମିତି ତରଫରୁ ସ୍ବାଗତ କରିଥିଲେ I ସମିତିର ସମ୍ପାଦକ ଶ୍ରୀ ସଚ୍ଚି ନନ୍ଦନ ନାୟକ, ପୂଜା ପରିପେକ୍ଷିରେ କଣ ସବୁ ପଦକ୍ଷେପ ସମିତି ପକ୍ଷରୁ ଆୟୋଜନ କରାଯାଉଛି ତାହା ବର୍ଣନା କରିଥିଲେ I ସେ କହିଥିଲେ ଚଳିତ ବର୍ଷ ପୂଜା ଟି ୪୭ ବର୍ଷରେ ପଦାର୍ପଣ କରୁଛି I ପୂଜାକୁ ଗୁରୁତ୍ବ ଦେଇ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଙ୍କ ପୂଜାର୍ଚ୍ଚନା କରିବା ପାଇଁ ସବୁ ପ୍ରକାରର ଦୁର୍ଲଭ ପୂଜା ସାମଗ୍ରୀ କୁ ସମିତି ପକ୍ଷରୁ ଯୋଗାଢ କରାଯାଉଛି ।ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ଦର୍ଶନ ପାଇଁ ସବୁ ପ୍ରକାରର ସୁବିଧା କରାଯାଉଛି, ଯଥା ପୁରୁଷ ଓ ମହିଳା ମାନଙ୍କ ପାଇଁ ଅଲଗା ଅଲଗା ଦର୍ଶନ କରିବା ପାଇଁ ସୁବ୍ୟବସ୍ଥା କରାଯାଇଛି, ଭିନ୍ନକ୍ଷମ ଓ ବୟସ୍କ ମାନଙ୍କ ପାଇଁ ହୁଇଲ୍ ଚେୟାର ର ମଧ୍ୟ ବ୍ୟବସ୍ଥା କରାଯାଇଛି I ଭିଡକୁ ଆଖ୍ ଆଗରେ ରଖ୍ ବାହାର ରେ ଏକ ବଡ ଏଲିଡ଼ି ରେ ପୂଜା ର ସିଧାପ୍ରସାରଣ ବ୍ୟବସ୍ଥା କରାଯାଉଛି।ସେହିପରି ଦର୍ଶନ କୁ ଶୃଙ୍ଖଳିତ ଓ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଆମର ସମିତି ପକ୍ଷରୁ ୧୦୦ ରୁ ଉଦ୍ଧ ସ୍ୱେଚ୍ଛାସେବୀ (ପୁରୁଷ ଓ ମହିଳା) ମାନେ ନିୟୋଜିତ ରହିବେ।ସେହିପରି ୩୦ରୁ ଉଦ୍ଧ ପ୍ରାଇଭେଟ ସୁରକ୍ଷା କର୍ମୀ ମୁତୟନ ହେବେ ,ଯିଏକି ମା’ଙ୍କ ପାଖରେ ୨୪ ଘଣ୍ଟା ପ୍ରହରା ଦେବେ । ପୁରା ମଣ୍ଡପ ଓ ତାହାର ଚତୁର୍ଦିଗକୁ ସିସିଟିଭି ରେ ସଂଯୋଗ କରିବା ପାଇଁ ବ୍ୟବସ୍ଥା କରାଯାଇଛି।ସମିତି ର ଉପଦେଷ୍ଟା ଶ୍ରୀ ମନୋରଞ୍ଜନ ଦାସ ତୋରଣ ଉପରେ କହିବାକୁ ଯାଇ କହିଲେ ଯେ ତୋରଣଟି ସମ୍ପୂର୍ଣ ଭାବେ ‘eco-friendly’ ସମାଗ୍ରୀ ରେ ନିର୍ମିତ ହୋଇଅଛି । ୟାହା ୧୦୫ଫୁଟ୍ ର ଉଚ୍ଚତା ଓ ୧୨୦ ଫୁଟ୍ ର ଦୈର୍ଘ୍ୟ, ୟାହାକୁ ନିର୍ମାଣ କରିବା ପାଇଁ କଲିକତାରୁ କୁଶଳୀ କାରିଗରମାନେ ଆସିଥିଲେ I ସମିତିର କାର୍ଯ୍ୟକାରୀ ସଭାପତି ଶ୍ରୀ ସରୋଜ କୁମାର ପାତ୍ର ତୋରଣ ବିଶେଷତ୍ଵ ଉପରେ କହିଥିଲେ କି ଏହି ଭଳିଆ ଆକୃତି ର ତୋରଣ କୌଣସି ଜାଗାରେ ନାହିଁ ଏହା ସମିତିର ଯୁବ କର୍ମକର୍ତ୍ତା ମାନଙ୍କ ପରିକଳ୍ପନାକୁ ଆଧାର କରି ବାସ୍ତବ ରୂପ ଦିଆଯାଇଛି । ସମିତିର କାର୍ଯ୍ୟକାରୀ ସଭ୍ୟ ତଥା ଭୁବନେଶ୍ବର ଭସାଣୀ ସମିତିର ସମ୍ପାଦକ ଶ୍ରୀ ହରିଶ ପ୍ରସାଦ ରଥ ଭସାଣୀରେ ସହିଦନଗର ଦୂର୍ଗାପୂଜା ସମିତିର ମେଢ଼ ୧୧ ନମ୍ବର କ୍ରମିକ ସଂଖ୍ୟାରେ ଭୁବନେଶ୍ବର ଭସାଣି ଉତ୍ସବ ସମିତିରେ ଯୋଗଦାନ କରିବା ପାଇଁ ନିଷ୍ପରି ହୋଇଛି ଓ ସହିଦନଗର ଭସାଣିରେ ସବୁ ପାରମ୍ପରିକ ବାଦ୍ୟଯନ୍ତ୍ର ଓ ଆଲୋକ ରେ ସୁସଜ୍ଜିତ ହୋଇ ରୋଷଣୀ ରେ ଯୋଗଦେବାକୁ ନିଷ୍ପଭି ଗ୍ରହଣ କରାଯାଇଛି I ସମିତିର ଉପଦେଷ୍ଟା ଶ୍ରୀ ସୁଧୀର କୁମାର ଶତପଥୀ, ଉପସଭାପତି ଶ୍ରୀ ଚନ୍ଦନ କୁମାର ପାଲିତ, ଶ୍ରୀ ଅଚ୍ୟୁତ ପ୍ରସାଦ ବେହେରା, କରପୋରେଟର ଶ୍ରୀ ରାଜକିଶୋର ଦାସ, ଯୁଗ୍ମସଂପାଦକ ଶ୍ରୀ ବିଶ୍ବ ପ୍ରସାଦ ମହାନ୍ତି, ଶ୍ରୀ ମହେନ୍ଦ୍ର କୁମାର ତ୍ରିପାଠୀ, ଶ୍ରୀ ସୁଦର୍ଶନ ସାହୁ, ଶ୍ରୀ ରଞ୍ଜନ କୁମାର ମହାପାତ୍ର, କୋଷାଧ୍ୟକ୍ଷ ଶ୍ରୀ ସ୍ମୃତି ରଞ୍ଜନ ଜେନା,ଉପ କୋଷାଧ୍ୟକ୍ଷ ଶ୍ରୀ ଗୋପାଳ କୃଷ୍ଣ ମହାନ୍ତି ଓ କାଯ୍ୟକାରୀ ସଦସ୍ୟ ଶ୍ରୀ ଆଶିଷ ମହାପାତ୍ର, ଶ୍ରୀ ବିଶ୍ବ ପ୍ରକାଶ ରାୟ,ଶ୍ରୀ ଲଳିତ ଖୁଣ୍ଟିଆ, ଶ୍ରୀ ଜିତେନ୍ଦ୍ର ରାଓ,ଶ୍ରୀ ଆଦର୍ଶ ପଟ୍ଟନାୟକ, ଶ୍ରୀ ସନ୍ଦୀପ କୁମାର ବେହେରା,ଶ୍ରୀ ଦିଲ୍ଲୀପ ମଲ୍ଲିକ, ଶ୍ରୀ ଦୀପଂକର ମହାପାତ୍ର,ଶ୍ରୀ ସିଦ୍ଧେଶ୍ଵର, ଶ୍ରୀ ବିଭୁ ପଦାରବିନ୍ଦ ନାୟକ, ଶ୍ରୀ ପୂର୍ଣଚନ୍ଦ୍ର ଦାସ, ଶ୍ରୀ ଅଭିଷେକ, ଶ୍ରୀ ରୋହନ,ଶ୍ରୀ ବିଶ୍ବ ରଞ୍ଜନ, ଶ୍ରୀ ଅଭିମନ୍ୟୁ, ଶ୍ରୀ ଅସିତ, ଶ୍ରୀ ଶକ୍ତି ଯୀ,ଶ୍ରୀ ଶ୍ରୀନୁ ଓ ଅନ୍ୟ ସବୁ ସଦସ୍ୟଙ୍କ ଉପସ୍ଥିତିରେ ଚଳିତ ବର୍ଷ ର ମଡେଲଟି ପ୍ରଦର୍ଶିତ ହୋଇଥିଲା। ସମ୍ପାଦକ ଶ୍ରୀ ନାୟକ ଏହି ମଡେଲର ନାମକରଣ ପାଇଁ ସବୁ ଜନସାଧାରଣ ଓ ଉପସ୍ଥିତ ଥ‌ିବା ପତ୍ରପତ୍ରିକା,ସାମ୍ବାଦିକ ଗଣ ସଦସ୍ୟଙ୍କ ଉପରେ ନ୍ୟସ୍ତ କରିଛନ୍ତି ଓ ଶେଷ ରେ ସମସ୍ତ ଓଡିଶା ବାସୀ ଙ୍କୁ ଗଣମାଧ୍ୟମ ପ୍ରତିନିଙ୍କ ମାଧ୍ୟମରେ ପୂଜାକୁ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି ଓ ସରକାର ଦେଇଥିବା ଗାଇଡ ଲାଇନ କୁ ଅନୁସରଣ କରି ଉତ୍ସବ ପାଳନ କରିବାକୁ ନିବେଦନ କରିଛନ୍ତି।