ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ଦଶାକାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ଦଶାକାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

 

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ କୁଚେଇପଦର ଗ୍ରାମରେ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କର ତେର ଦିନ ଦଶାକାର୍ଯ୍ୟ ରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ହୋଇ ତାଙ୍କ ପରିବାର ଲୋକଙ୍କୁ ଶାନ୍ତ୍ବନା ଦେଉଥିବା ଦେଖିବାକୁ ମିଳିଛି। ଚଳିତ ମାସ 04 ରାତିରେ ୧୦ ଟା ରେ ଭୂବନେଶ୍ଵର ଏମସ ହଷ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳ ପରଲୋକ ହୋଇଛି। ମୃତ ବେଳକୁ ତାଙ୍କୁ ମାତ୍ର ୪୫ବର୍ଷ ହୋଇଥିଲା। ବହୁ ଦିନ ହେଲା ସେ ଯକୃତ ଜନିତ ରୋଗରେ ପୀଡ଼ିତ ଥିଲେ। ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ଅନନ୍ତରାମ ମାଝୀଙ୍କ ପୁଅ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ମଝୀ ବାପାଙ୍କ ବିୟୋଗ ପରେ ୨୦୦୮ ମସିହାରେ ହୋଇଥିବା ଉପନିର୍ବାଚନରେ ପୂର୍ଣ୍ଣଚନ୍ଦ୍ର ମାଝୀ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଆଜି ତାଙ୍କ ଗାଁ କାଶିପୁର ବ୍ଲକ କୁଚେଇପଦର ଗ୍ରାମରେ ଦଶାହା କାର୍ଯ୍ୟରେ ଓଡିଶା ବିଧାନସଭାର କଂଗ୍ରେସ ଦଳର ନେତା ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ ର ବିଧାନସଭାର ବିଧାୟକ ଶ୍ରୀ ରାମଚନ୍ଦ୍ର କାଡମ୍ , ପୁର୍ବତନ ବିଧାୟକ ଜୟରାମ ପାଙ୍ଗି, ପୁର୍ବତନ ଲୋକସଭା ବିଧାୟକ ଶ୍ରୀ ଝିନୋ ହିକ୍କୋକା ଓ ବହୁ ସଂଖ୍ୟା ରେ କଂଗ୍ରେସ ଦଳର ନେତା ଓ ବିଜୁ ଜନତା ଦଳର ନେତା ଓ ଅନ୍ୟ ଦଳର ରାଜନେତା ଓ  ସମାଜସେବୀ ମାନେ ଉପସ୍ଥିତ ରହି ତାଙ୍କ ପରିବାର ଲୋକ ଙ୍କୁ ଶାନ୍ତ୍ବନା ଦେଉଥିବା ଦେଖିବାକୁ ମିଳିଛି ଶେଷ ସମୟରେ ଦୀପୁ ମାଝୀ, ଭଉଣୀ ତଥା ବିଜେଡି ନେତ୍ରୀ ଅନୁସୂୟା ମାଝୀ,ପତ୍ନୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ରାୟଗଡାରୁ ରମେଶ ଇପ୍ପିଲି ଙ୍କ ରିପୋର୍ଟ୍ ।