ଆକାଶ ଛୁଆଁ ପନିପରିବା ଦର, ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ଼
ରୋଷେଇ ଘରେ ମହଙ୍ଗା ମାଡ଼ । ଚିନ୍ତାରେ ଖାଉଟି । ହୁତୁ ହୁତୁ ହୋଇ ବଢୁଛି ଦରଦାମ୍ । ବଜାରରେ ଲାଗିଲାଣି ନିଆଁ । ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ଼ । କେବେ କମିବ ଦର ତାକୁ ନେଇ ଚିନ୍ତାରେ ରହିଛନ୍ତି ଲୋକେ । ଟମାଟୋ ୧୦୦ କୁ ଫୁଲ କୋବି ୧୨୦ କଞ୍ଚା ଲଙ୍କା ୮୦ କଖାରୁ ୪୦ ଭେଣ୍ଡି ୪୦ ଝୁଡୁଙ୍ଗ ୬୦ । ନାକେ ଦମ କଲାଣି ଦର ଦାମ ବୃଦ୍ଧି । ବଜାରରେ ଲାଗିଲାଣି ନିଆଁ । ଚିନ୍ତାରେ ଖାଉଟି । ପଦ୍ମପୁର ବଜାରରେ ଲାଗିଛି ଦରଦାମ ବୃଦ୍ଧିର ନିଆଁ ତେବେ ଏହି ଦାମ ବୃଦ୍ଧିକୁ ନେଇ ଅସନ୍ତୁଷ୍ଟ ଗ୍ରାହକ ଚିନ୍ତାରେ ବେପାରି । ତେବେ ଏହି ଦର ବୃଦ୍ଧି ଯୋଗୁଁ ବଜାରକୁ ଆସିବା କ୍ଷଣି ଖାଉଟିଙ୍କ ପକେଟ ଖାଲି ହୋଇ ଯାଉଛି । ବ୍ୟାଗରେ ପରିବା ଭରୁନଥିବା କହିବା ସହ କଣ ଖାଇବେ କେମିତି ଚଳିବେ ତାକୁ ନେଇ ପ୍ରଶ୍ନ କରିଛନ୍ତି ଜନତା । ତେବେ ନିତ୍ୟ ବ୍ୟବହାର୍ଯ୍ୟ ଟମାଟୋ ଲଙ୍କା ଆଦି ବର୍ତ୍ତମାନ ଏକ ପ୍ରକାର ଖାଇବା ଥାଳିରୁ ଅଦୃଶ୍ୟ ହୋଇଯାଉଥିବା ଦେଖିବାକୁ ମିଳୁଛି ।
ତେବେ ଗତ କିଛି ଦିନ ହେବ ଲଘୁଚାପ ଜନିତ ବର୍ଷା ଯୋଗୁଁ ପରିବା ଆମଦାନି କମି ଯାଇଥିବା ବେଳେ ଅଧିକ ଷ୍ଟକ ରହିଲେ ଖରାପ ହୋଇ ଯାଉଥିବାରୁ ନିଜର କ୍ଷତି ବଞ୍ଚେଇବା ପାଇଁ ଅଧିକ ଜିନିଷ ମଗାଉ ନାହାନ୍ତି । ଫଳରେ ମାର୍କେଟରେ ସ୍ଟକ ନାହିଁ ଅନ୍ୟ ପଟେ ଆଞ୍ଚଳିକ ଚାଷି ମାନଙ୍କ ପରିବା ମାର୍କେଟକୁ ପହଞ୍ଚି ପାରୁ ନଥିବା ବେଳେ ପଡୋଶି ଛତିଶଗଡରୁ ପରିବା ଆସୁଛି । ଦର ବୃଦ୍ଧି ହେଉଛି ବୋଲି ବେପାରି କହିଥିବା ବେଳେ ଯଦି ଶିଘ୍ର ଏହାର କିଛି ବ୍ୟବସ୍ଥା ନହୁଏ ଦର ଦାମ ଆହୁରି ଆକାଶ ଛୁଇଁବ ବୋଲି କହିଛନ୍ତି ଦୋକାନୀ । ଏନେଇ ଯେତିକି ଚିନ୍ତାରେ ଖାଉଟି ସେତିକି ହିଁ ଚିନ୍ତା ରେ ବିକ୍ରି କୁ ନେଇ ବେପାରି ରହିଥିବା କହିଛନ୍ତି । ଅନ୍ୟପକ୍ଷେ ଯୋଗଣ ଏବଂ ଖାଉଟି ବିଭାଗ ଏହି ଜିନିଷ ପ୍ରତି ଦୃଷ୍ଟି ଦେଇ ଦର ନିୟନ୍ତ୍ରଣ କରିବାରେ ଆବଶ୍ୟକତା ରହିଛି ବୋଲି କହୁଛନ୍ତି ଲୋକେ ।