ଇସ୍ରାଏଲ ଉପରେ ଆକ୍ରମଣ କଲେ ପରିଣାମ ଭୟଙ୍କର ହେବ: ଇରାନକୁ ଆମେରିକାର ଧମକ
ଇରାନର ସର୍ବୋଚ୍ଚ ନେତା ଖାମେନି ଇସ୍ରାଏଲ ବିରୋଧରେ ପ୍ରତିଶୋଧ ନେବେ ବୋଲି ଧମକ ଦେଇଥିଲେ। ଇରାନ ଏବଂ ଏହାର ସହଯୋଗୀମାନଙ୍କୁ ଆଘାତ ଦେଉଥିବା ଦେଶଙ୍କ ବିରୋଧରେ ପ୍ରତିଶୋଧ ନିଆଯିବ ବୋଲି ସେ କହିଥିଲେ। ବର୍ତ୍ତମାନ ଆମେରିକା ଇରାନକୁ ଧମକ ଦେଇ କହିଛି ଇସ୍ରାଏଲ ଉପରେ ଆଉ ଆକ୍ରମଣ କଲେ ପରିଣାମ ଭୟଙ୍କର ହେବ...
ୱାଶିଂଟନ୍: ଇସ୍ରାଏଲ ଉପରେ ଆଉ ଆକ୍ରମଣ ନ କରିବାକୁ ଆମେରିକା ଇରାନକୁ ଚେତାବନୀ ଦେଇଛି। ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ଇରାନକୁ ଧମକ ଦେଇ କହିଛି ଯେ ଯଦି ଆୟୋତୋଲ୍ଲା ଅଲି ଖାମେନି ପ୍ରଶାସନ ପୁନର୍ବାର ଉତ୍ତେଜିତ ହୁଅନ୍ତି ତେବେ ଇସ୍ରାଏଲର କଡ଼ା ପ୍ରତିକ୍ରିୟାକୁ ବନ୍ଦ କରିହେବ ନାହିଁ।
ଇରାନ ଉପରେ ଇସ୍ରାଏଲର ପ୍ରତିଶୋଧ ଆକ୍ରମଣ ପରେ ତେହେରାନର ସାମରିକ ବେସ୍ ଏବଂ କ୍ଷେପଣାସ୍ତ୍ର ସୁବିଧା କ୍ଷତିଗ୍ରସ୍ତ ହୋଇଥିଲା। ଏହା ପରେ ଇରାନ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଶନିବାର ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖାମେନି ପୁଣି ଇସ୍ରାଏଲ ଏବଂ ଆମେରିକା ବିରୋଧରେ ଆକ୍ରମଣ କରିବାକୁ ଧମକ ଦେଇଥିଲେ। ପ୍ରତିଶୋଧ ପରାୟଣ କାର୍ଯ୍ୟ ବିଷୟରେ ଇରାନ ସେନା ମଧ୍ୟ କହିଥିଲା।
ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୱାଶିଂଟନ୍ ତେହେରାନକୁ କହିଛି ଯେ ଯଦି ଇରାନ ପୁଣି ଆକ୍ରମଣ କରେ ତେବେ ଆମେରିକା ଇସ୍ରାଏଲର ପ୍ରତିକ୍ରିୟାକୁ ବନ୍ଦ କରି ପାରିବ ନାହିଁ। ଯେକୌଣସି ପ୍ରତିକ୍ରିୟା ପୂର୍ବ ପରି ସୀମିତ ରହିବ ନାହିଁ।
ଇସ୍ରାଏଲର ଜଣେ ପୂର୍ବତନ ଅଧିକାରୀଙ୍କ କହିବାନୁସାରେ, ସ୍ୱିସ୍ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଏହି ବାର୍ତ୍ତା ପଠାଯାଇଥିଲା। ଏନେଇ ମିଳିତ ଜାତିସଂଘରେ ଇରାନର ମିଶନ କୌଣସି ପ୍ରତିକ୍ରିୟା ଦେଇ ନ ଥିବା ବେଳେ ହ୍ବାଇଟ