ଦୀପାବଳିରେ କେବଳ ସନ୍ଧ୍ୟା ୭ଟାରୁ ରାତି ୯ଟା ଯାଏଁ ବାଣ ଫୁଟାଇବାକୁ ଅନୁମତି
ଭୁବନେଶ୍ୱର : ଦୀପାବଳିରେ କେବଳ ସନ୍ଧ୍ୟା ୭ଟାରୁ ରାତି ୯ଟା ଯାଏଁ ବାଣ ଫୁଟାଇବାକୁ ଅନୁମତି । ସିରିଜ ବାଣ ଫୁଟାଇବା ମନା । ରାଜ୍ୟରେ ଦୀପାବଳିରେ ବାଣ ଫୁଟାଇବା ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଗାଇଡଲାଇନ ଜାରି କରିଛି । ୧୨୫ ଡେସିବେଲରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବାକୁ ବାରଣ କରାଯାଇଛି । ପାର୍କ,ବଗିଚା ନିକଟରେ ବାଣ ଫୁଟାଇବା ମନା ।
ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟ ଓ ଧାର୍ମିକ ଅନୁଷ୍ଠାନର ୧୦୦ ମିଟର ଭିତରେ ବାଣଫୁଟା ଯାଇପାରିବ ନାହିଁ । ସେହିପରି ରାସ୍ତା ଉପରେ, ଯାନବାହନ ଅଧିକ ଚଳାଚଳ କରୁଥିବା ସ୍ଥାନ ଓ ବସ୍ତି ଅଞ୍ଚଳ ଆବାସସ୍ଥଳୀ ନିକଟରେ ବାଣଫୁଟା ବାରଣ ରହିଛି । ଶବ୍ବ ସୃଷ୍ଟିକାରୀ ବାଣକୁ ୧୦ ବର୍ଷ ବୟସରୁ କମ ପିଲା ପୁଟାଇବା ମନା ।
ଖୋଲାସ୍ଥାନରେ କେବଳ ସବୁଜ ବାଣ ଫୁଟାଯାଇପାରିବ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଗାଇଡଲାଇନରେ ରହିଛି । ବାଣ ପୁଟାଇବା ବେଳେ ସୂତା ପୋଷାକ ପିନ୍ଧିବାକୁ କୁହାଯାଇଛି । ଗ୍ରୀନ କ୍ରାକର ବ୍ୟତୀତ ଅନ୍ଯ ବାଣ ଉତ୍ପାଦନ ଓ ବିକ୍ରୀକୁ ମଧ୍ୟ ସୁପ୍ରିମକୋର୍ଟ ବ୍ୟାନ କରିଛନ୍ତି । ସେହିପରି ବାଣରେ ବେରିୟମ ଓ ଅନ୍ୟ ରାସାୟନିକ ସାମଗ୍ରୀ ବ୍ୟବହାରକୁ ନିଷିଦ୍ଧ କରାଯାଇଛି ।