ଚନ୍ଦ୍ରଭାଗା ସମୁଦ୍ରରେ ଭାସିଗଲେ ପର୍ଯ୍ୟଟକ, ଦୁଇ ଉଦ୍ଧାର, ଜଣେ ନିଖୋଜ
ଗୋପ : ନିଖୋଜ ଯୁବକ ହେଲେ ପିପିଲି ଅଞ୍ଚଳର ଜୀବନଜ୍ୟୋତି ମହାନ୍ତି । ଉଦ୍ଧାର ହୋଇଥିବା ଦୁଇ ଯୁବକ ହେଉଛନ୍ତି ସୁକାନ୍ତ ଜେନା ଓ ସୁଧୀର ମଲିକ ।ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ପର୍ଯ୍ୟଟକ । ପିପିଲି ଅଞ୍ଚଳର ୩ଜଣ ଯୁବକ କୋଣାର୍କ ବୁଲିବାକୁ ଆସି ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ । ଜଣେ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତିଙ୍କୁ ଖୋଜାଖୋଜି କରାଯାଉଛି ।