ଜିଲ୍ଲା ସ୍ତରୀୟ ବିଶ୍ୱ ଆୟୋଡିନ୍ ଅଭାବ ଜନିତ ବ୍ୟାଧି ନିରାକରଣ ସଚେତନତା ଦିବସ ପାଳନ
ଜଗତସିଂହପୁର : ତା ୨୧.୧୦.୨୦୨୪ ରିଖ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହ ଠାରେ ଦିବା ୧୧ ଘଟିକା ସମୟରେ ବିଶ୍ୱ ସ୍ତରୀୟ ଆୟୋଡିନ୍ ଅଭାବଜନିତ ବ୍ୟାଧି ନିରାକରଣ ସଚେତନତା ଦିବସ ପାଳିତ ହୋଇଯାଇଛି I ଏହି ଦିବସ ଉପଲକ୍ଷେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘ୍ନ ଦାଶ ଆୟୋଡିନ୍ ଅଭାବ ହେଲେ ଶରୀରରେ କଣ ସବୁ ରୋଗ ଦେଖାଯାଇଥାଏ ଏବଂ ଏହି ଆୟୋଡିନ୍ କେଉଁଥିରୁ ମିଳେ ସେ ବିଷୟରେ ପରାମର୍ଶ ଦେଇଥିଲେ I ସଭାରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ପ୍ରମୋଦ କୁମାର ବାରିକ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ନିଜ ଅଭିଭାଷଣରେ ଏହା ଏକ ମାଇକ୍ରୋ ନିୟୁଟ୍ରିଏଣ୍ଟ ଓ ଶରୀରରେ ଏହାର ଆବଶ୍ୟକତା ବହୁତ ରହିଛି, ଏହି ଆବଶ୍ୟକତା ପୂରଣ ନିମନ୍ତେ ଆୟୋଡିନ୍ ଲୁଣ ବ୍ୟବହାର କରିବା ଦ୍ୱାରା ସହଜରେ ମିଳିଥାଏ I ତେଣୁ ଆମେ ସଚେତନତା ବ୍ୟାପକ ଭାବରେ କରିବା ସହ ସମସ୍ତେ ଆୟୋଡିନ୍ ଲୁଣ ବ୍ୟବହାର କରିବା। ଏହାକୁ ପରୀକ୍ଷା କରିବାର ସହଜ ଉପାୟ ହେଲା ,ଏଥିରେ ଲେମ୍ବୁ ଚିପୁଡିଲେ ବାଇଗଣି ରଙ୍ଗ ହୋଇଥାଏ I ଲୁଣ ପ୍ୟାକେଟ ଖୋଲିଲା ପରେ ବନ୍ଦ ଡବା ଭିତରେ ରଖିବା ଉଚିତ, ନଚେତ ଏଥିରେ ପବନ ବାଜିଲେ ଆୟୋଡିନ୍ ନଷ୍ଟ ହୋଇଯାଇଥାଏ, ଖାଦ୍ୟ ପ୍ରସ୍ତୁତ ସମୟରେ ଲୁଣକୁ ବେଶୀ ସମୟ ଗରମ କରିବା ଦ୍ୱାରା ମଧ୍ୟ ଆୟୋଡିନ୍ ନଷ୍ଟ ହୋଇଥାଏ , ତେଣୁ ଲୁଣ ତରକାରୀରେ ଶେଷରେ ପକେଇବା ଉଚିତ I ଏହି ଆୟୋଡିନ୍ ସମୁଦ୍ର ମାଛରେ ପ୍ରଚୁର ପରିମାଣରେ ମିଳେ ଓ ଲୁଣରେ ମିଳେ ବୋଲି ଲୋକମାନେ ଜାଣିବା ଆବଶ୍ୟକ I ସରକାରଙ୍କ ନିୟମ ଅଛି ସବୁ ଲୁଣ ଆୟୋଡିନ୍ ଯୁକ୍ତ ହେବI ଉଚିତ I ଭାରତରେ ପ୍ରତି ବ୍ୟକ୍ତି ଦୈନିକ ହାରାହାରି ୧୦ ଗ୍ରାମ ଲୁଣ ବ୍ୟବହାର କରିଥାନ୍ତି I ଏହି ଲୁଣ ଆୟୋଡିନ୍ ଯୁକ୍ତ ହେବା ଉଚିତ I ଶାରୀରିକ ,ମାନସିକ ଓ ଥାଇରଏଡ ହରମୋନ ଉତ୍ପାଦନ ପାଇଁ ଆୟୋଡିନ୍ ର ଆବଶ୍ୟକତା ଥାଏ, ଆୟୋଡିନ୍ ର ଅଭାବ ହେଲେ ଶାରିରୀକ ଓ ମାନସିକ ବିକାଶ ହ୍ରାସ ପାଏ I ପ୍ରଜନନ କ୍ଷମତା ହ୍ରାସ ପାଏ, ଯଦ୍ଦ୍ୱାରା ଗର୍ଭପାତ ହୁଏ , କମ ଓଜନର ଶିଶୁ ଓ ମୃତ ଶିଶୁ ଜନ୍ମ ହେବାର ଆଶଙ୍କା ବୃଦ୍ଧିପାଏ I କ୍ରେଟିନିଜିମ ନାମକ ରୋଗ ଦେଖାଦିଏ ଯାହାର ଲକ୍ଷଣ ଗୁଡ଼ିକ ଯଥା -ମୁକ ବଧିରତା , ବକ୍ର ଦୃଷ୍ଟି, ପକ୍ଷାଘାତ ,ଗେଡା ହବI , ଗଳଗଣ୍ଡ ଇତ୍ୟାଦି ରୋଗ ଦେଖାଯାଏ ବୋଲି ବିଶେଷଜ୍ଞ ମାନେ ଅବଗତ କରାଇଥିଲେ I ଏପିଡେ଼ମିଓଲୋଜିଷ୍ଟ ଡାକ୍ତର ସ୍ମୃତି ରଞ୍ଜନ ପଣ୍ଡା , ଏହି ଆୟୋଡିନ୍ ର ଅଭାବ ହେଲେ ଶରୀରରେ ବିଭିନ୍ନ ସମସ୍ୟା ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ ଯେ ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ଲୋପ,ବନ୍ୟା ,ଜଳ, ମୃତ୍ତିକା ଇତ୍ୟାଦି ଯୋଗୁଁ ମଧ୍ୟ ଆୟୋଡିନ୍ ଧୀରେ ଧୀରେ ପରିବେଶରେ ଅଭାବ ହୋଇଥାଏ I ଲୁଣରେ ସହଜରେ ଆୟୋଡିନ୍ ମିଳିଥାଏ, ତେଣୁ ହସିଲା ସୂର୍ଯ୍ୟର ଲୋଗୋ ,ଅୟୋଡ଼ାଇଜି ଲୁଣର ବ୍ରାଣ୍ଡ ଦେଖି କିଣନ୍ତୁ ବ୍ୟବହାର ନିଜେ କରନ୍ତୁ ଓ ସମସ୍ତଙ୍କୁ ବ୍ୟବହାର କରିବାକୁ ସଚେତନ କରିବାକୁ ଅବଗତ କରିଥିଲେ I ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ I ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ସଚେତନତା ନିମନ୍ତେ ପୋଷ୍ଟର, ଲିଫଲେଟ ଓ ଅନ୍ୟାନ୍ୟ ପ୍ରିଣ୍ଟ ମାଟେରିଆଲ କେଉଁ ସ୍ଥାନରେ ବ୍ୟବହାର କରି ସଚେତନ କରିବେ ସେ ବିଷୟରେ ଅବଗତ କରାଇଥିଲେ I ଆୟୋଡିନ୍ ବ୍ୟବହାର ସଚେତନତା ନିମନ୍ତେ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ ଓ ନାରାୟଣୀ ଓ ମହିମା ସ୍କୁଲ ଅଫ ନର୍ସିଂ ପିଲାଙ୍କ ମଧ୍ୟରେ ୨ ଟି କୁଇଜ୍ ପ୍ରତିଯୋଗିତା କରାଯାଇଥିଲା ଓ ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବାଳିକା ବିଦ୍ୟାଳୟର ଛାତ୍ରୀ ଓ ନର୍ସିଂ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା I ଉକ୍ତ ସଭାରେ ଜିଲ୍ଲା ସ୍ତରରୁ ଫୁଡ୍ ସେଫଟି ଅଫିସର ସମିତା ଦାସ, ଆସିଷ୍ଟାଣ୍ଟ ମ୍ୟାନେଜର ଅନିତା ଦାଶ, ସୁସ୍ମିତା ରାଉତ, ସସ୍ମିତା କାନୁନଗୋ, ସରକାରୀ ବାଳିକା ବିଦ୍ୟାଳୟର ଶିକ୍ଷକ ସସ୍ମିତା ଶତପଥୀ, ମହିମା ନର୍ସିଂ କଲେଜର ଭାଇସ ପ୍ରିନ୍ସିପାଲ ଝାନ୍ସୀରାଣୀ ନାୟକ, ଜଗତସିଂହପୁର ଆଶାକର୍ମୀମାନେ, ରାଧା କୃଷ୍ଣ କ୍ଲବର ଅନନ୍ୟା ସାହୁ, ଲୁଣ ବିକ୍ରେତା, ହୋଟେଲ ମାଲିକମାନଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ I ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I