ସାଂସ୍କୃତିକ ସମିତି ବୈଠକ।
ଆଗାମୀ ଜଗତସିଂହପୁର ପୁସ୍ତକ ମେଳା ପରିପ୍ରେକ୍ଷୀରେ ଜଗତସିଂହପୁର ସାଂସ୍କୃତିକ ପରିଷଦର ସାଂସ୍କୃତିକ ସମିତି ବୈଠକ ସମିତି ଅଧ୍ୟକ୍ଷ ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଆଗାମୀ ଜଗତସିଂହପୁର ପୁସ୍ତକ ମେଳା( ଜାନୁଆରୀ ୧୫ ରୁ ୨୧ ତାରିଖ ପର୍ଯ୍ୟନ୍ତ) ଅନୁଷ୍ଠିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ବନ୍ଧରେ ସବିଶେଷ ଆଲୋଚନା କରାଯାଇଥିଲା।
ନିଷ୍ପତ୍ତି ଅନୁଯାୟୀ ପ୍ରାତଃ ଯୋଗ କାର୍ଯକ୍ରମ,କବି ସମ୍ମିଳନୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟ , ଜିଲ୍ଲା ଓ ରାଜ୍ୟ ସ୍ତରୀୟ ସ୍ତରୀୟ ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ, ବ୍ୟଙ୍ଗ କବି ସମ୍ମିଳନୀ, ଓପନ କୁଇଜ୍ ପ୍ରତିଯୋଗିତା, ମହାବିଦ୍ୟାଳୟ ସ୍ତରୀୟ ତର୍କ ପ୍ରତିଯୋଗିତା, ରାଜ୍ୟ ଓ ଜାତୀୟ ସ୍ତରୀୟ ଏକକ ନୃତ୍ୟ ପରିବେଷଣ, ଲୋକ ନାଟକ ଆଦି କାର୍ଯ୍ୟକ୍ରମ ହେବାକୁ କମିଟିର ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ।
କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିବାକୁ ଇଚ୍ଛୁକ ଆଗ୍ରହୀ ଅନୁଷ୍ଠାନ ଗୁଡ଼ିକ ଆଗାମୀ ଜାନୁଆରୀ ୮ ତାରିଖ ମଧ୍ୟରେ ସମିତିର ଆବାହକ ବିଜୟ କୁମାର ରାଉତ (ମୋ- ୯୪୩୭୧୫୩୩୯୨),ମାନସ କୁମାର କାନୁନଗୋ (ମୋ -୭୮୭୩୦୬୪୨୩୪)ଙ୍କ ନିକଟରେ ଦରଖାସ୍ତ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ଭିଡ଼ିଓ କ୍ଲିପ୍ ଦାଖଲ କରିବାକୁ ଅନୁରୋଧ ଏବଂ କଳାକାର ଙ୍କ ସଂଖ୍ୟା ସର୍ବାଧିକ ୨୫ ଜଣଙ୍କ ମଧ୍ୟରେ ରହିବାକୁ ନିଷ୍ପତ୍ତି ନିଆଯାଇଥିଲା।
୮ ଜାନୁଆରୀ ଅପରାହ୍ନ ୫ ଟା ପରେ କୌଣସି ଦରଖାସ୍ତ ଗ୍ରହଣୀୟ ହେବ ନାହଁ।
ଏହି ବୈଠକରେ ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଉପାଧ୍ୟକ୍ଷ ବିଜୟ କୁମାର ରାଉତ, ଉପାଧ୍ୟକ୍ଷ ଗଣେଶ୍ୱର ମାଣିଆ, ସମ୍ପାଦକ ସାରଦା ପ୍ରସାଦ ଦାସ,କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର, ଯୁଗ୍ମ ସମ୍ପାଦକ ନରେଶ ଦାସ, ଯୁଗ୍ମ ସମ୍ପାଦକ ଡ଼ ସୁଧୀର କୁମାର ମହାନ୍ତି, ସାଂସ୍କୃତିକ ସମିତିର ସଦସ୍ୟ ପ୍ରଦୀପ୍ତ କିଶୋର ଚୌଧୁରୀ,ମାନସ କୁମାର କାନୁନଗୋ, ରାଧାକାନ୍ତ ମିଶ୍ର,ମନୋଜ ଦାଶ, ସତ୍ୟବ୍ରତ ବିଶ୍ବାଳ,ମନୋଜ ମହାପାତ୍ର, ଅବନୀକାନ୍ତ ମହାରଣା,ଦେବଶ୍ରୀ ମହାନ୍ତି, ଶ୍ରଦ୍ଧାମୟୀ ରାଉତ, ସୌମ୍ୟରଞ୍ଜନ ନାୟକ, ଦୁର୍ଯୋଧନ ମହାରଣା, ନିବେଦିତା ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।