କଂକ୍ରିଡ ମେସିନ ଟୁନାକୁ ପଛ ପଟୁ ଧକ୍କା ଦେଇ ଘୋଷାଡି ଘୋଷାଡି ନେଇ ଗଲା

କଂକ୍ରିଡ ମେସିନ ଟୁନାକୁ ପଛ ପଟୁ ଧକ୍କା ଦେଇ ଘୋଷାଡି ଘୋଷାଡି ନେଇ ଗଲା

ଅଭିୟାଂଶ ସମାଚାର ଓଡିଆ (୦୩/୦୨) ଗଞାମ:  କାନ୍ଦ ବୋବାଳିରେ କମ୍ପୁଛି ପରିବେଶ କେହି କାହାକୁ ବୁଝେଇବାକୁ ନାହାଁନ୍ତି .ନୂଆ ଶିଶୁଟିଏ ଆସିବା ପୂର୍ବରୁ ବାପା ଆଖି ବୁଜିଦେଲା ଦୁନିଆରୁ ଆର ପାରିକି ଚାଲିଗଲା .ଏମିତି ବି ମୃୁତ୍ୟୁ ଆସେ କିଏ ବା ଜାଣିଛି ଜିବନ ଟା କିଛି ନୁହଁ .ଅନ୍ୟପଟେ ଗାଁ ର ଲୋକମାନେ ଆସି କ୍ଷତିପୁରଣ ପାଇଁ ଦାବି କରି ବସିଥିଲେ ପ୍ରଶାସନ ବୁଝେଇ ଶୁଝେଇ ରାସ୍ତା ଆବରୋଧ ହଟାଇଲା

 ସୂଚନା ଯୋଗ୍ୟ ଖଲ୍ଲିକୋଟ ତୋଟା ଗାଁର ଏ ଦୃଶ୍ୟ ଦେଖିଲେ ସହି ହେଉନି.ଏହି ଗାଈର ଟୁନା ବାରିକ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ହଠାତ ରାସ୍ତା କାମ ହେଉଥିବା କଂକ୍ରିଡ ମେସିନ ଟୁନାକୁ ପଛ ପଟୁ ଧକ୍କା ଦେଲା ବହୁଦୂର ପର୍ଯ୍ୟନ୍ତ ଘୋଷାଡି ଘୋଷାଡି ନେଇ ଗଲା ଟୁନାକୁ .ଗାଁ ଲୋକେ ଦେଖି ଟୁନାକୁ ମେଡିକାଲ ନେଲେ ହେଲେ ଡାକ୍ତର ମୃତ ଘୋଷଣା କଲେ.ଏହି ହୃଦୟ ବିଦାରକ ଦୃଶ୍ୟ ଦେଖି ହେଉନଥାଏ. ଅନ୍ୟପଟେ ପେଟରେ ବଢୁଥିବା ଶୀଶୁଟିକୁ  ଧରି ଟୁନାର ପତ୍ନୀ ଖିନଭିନ୍ନ ହୋଇ କାନ୍ଦୁଛି ,

ଖବର ମୁତାବକ, ତୋଟାଗାଁରେ ରାସ୍ତା କାମ ଚାଲିଛି । ଯେଉଁଥି ପାଇଁ ମିକ୍ସଚର ମେସିନ୍ ଗାଡ଼ି କାମରେ ଲାଗିଛି । ତେବେ ଗତକାଲି ସଂଧ୍ୟାରେ ଖଲ୍ଲିକୋଟରୁ ନିଜ ଗାଁ ତୋଟାଗାଁ ମୋଟରସାଇକେଲ ଯୋଗେ ଫେରୁଥିଲେ  ଟୁନା । ଟୁନା ସେହି ରାସ୍ତା ଦେଇ ଆସୁଥିବା ବେଳେ ନୂଆଁ ଫାସୁଳା ଛକ ନିକଟରେ ପୂର୍ତ୍ତ ବିଭାଗର ରାସ୍ତା କାମ ପାଇଁ ଆସୁଥିବା କଂକ୍ରିଟ ମିକ୍ସଚର ମେସିନ ଗାଡ଼ି ଟୁନାଙ୍କୁ ପଛପଟୁ ଧକ୍କା ଦେଇଥିଲା ।

ଦେଖୁ ଦେଖୁ ଟୁନା ଚକା ତଳେ ଚାପି ହୋଇଯାଇଥିଲେ । ଗାଡ଼ିଟି ତାଙ୍କୁ ବହୁ ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ତେବେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଟୁନାଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲ ଓ ପରେ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏପଟେ ସ୍ୱାମୀଙ୍କ ମୃତ୍ୟୁ ପରେ ଗର୍ଭବତୀ ପତ୍ନୀଙ୍କ ଅବସ୍ଥା ବଖାଣିବା ଅସମ୍ଭବ ।  କଣ ବିତୁଥିବ ତାଙ୍କ ଉପରେ । ସେ କଷ୍ଟ ସେ ଯନ୍ତ୍ରଣା ସେହି ପତ୍ନୀ ହିଁ ଅନୁଭବ କରିପାରୁଥିବ । ଏଭଳି ଅବସ୍ଥାରେ ତାଙ୍କର ସବୁଠୁ ବଡ ସାହାରା ଆଜି ତାଙ୍କୁ ଅଧାବାଟରେ ଛାଡିଦେଇଯାଇଛନ୍ତି । ଏବେ ସେ ସମ୍ପୂର୍ଣ୍ଣ ଏକା । ସମ୍ପୂର୍ଣ୍ଣ ବେସାହାରା । ଏତେ ବଡ ଦୁନିଆରେ କେମିତି ଏକା ସେ ନିଜ ଛୁଅଆକୁ ବଡ କରିବେ, କେମିତି ଉଭୟ ମାଆ ଓ ବାପାର କର୍ତ୍ତବ୍ୟ ତୁଲେଇବେ? କିଏ ସୁଝିବ ତାଙ୍କର ଏ କ୍ଷତିକୁ? କିଏ ଫେରାଇ ଆଣିବ ତାଙ୍କ ମଥାର ସିନ୍ଦୁରକୁ?

ଏପଟେ ବେସହାରା ହୋଇଯାଇଥିବା ଏହି ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଗାଁ ଲୋକେ ରାସ୍ତାକୁ ଓହ୍ଲାଇଥିଲେ । ଟୁନାଙ୍କ ପରିବାରବର୍ଗଙ୍କ ସମେତ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଖଲ୍ଲିକୋଟ-ତୋଟାଗାଁ ମୁଖ୍ୟ ରାସ୍ତା ଗତରାତିରେ ଅବରୋଧ କରିଥିଲେ । ପ୍ରାୟ ୧୦ଟି ପଞ୍ଚାୟତରୁ ଖଲ୍ଲିକୋଟ ବ୍ଲକକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ତେବେ ଖବର ପାଇ ବରିଷ୍ଠ ଅଧିକାରୀ ଓ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି ।