ଭୁବନେଶ୍ୱର:୨୦.୧୧.୨୦୨୪ – ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ଅନୁଷ୍ଠିତ ହେଉଥିବା ବାର୍ଷିକ ସଙ୍ଗୀତ କାର୍ଯ୍ୟକ୍ରମ ରାଗୋତ୍ସବ ୨୦୨୪ର ଉଦ୍ଯାପନୀ ସଂଧ୍ୟାରେ ଦେଖିବାକୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଓ ତବଲା ବାଦନରେ ସୁର ତାଳ ବ୍ରହ୍ମ। ପରିବେଷଣ ।
ଅନ୍ତିମ ସଂଧ୍ୟାର ପ୍ରଥମ ଉପସ୍ଥାପନ ଥିଲା ହୀନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ବିଷାରଦ ଶ୍ରୀ ବିଶ୍ୱଜିତ୍ ମହାପାତ୍ରଙ୍କ ଦ୍ୱାରା ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ପରିବେଷଣ । ତାଙ୍କର ନିଖୁଣ ଓ ସୁନ୍ଦର ରାଗ ବିସ୍ତାର, ତାନ ଓ ସରଗମ୍ର ବିଭିନ୍ନ କ୍ରିୟାତ୍ମକ ପରିବେଷଣ, ସୁଲଳିତ କଣ୍ଠରେ ବିଭିନ୍ନ କଳାକୌଶଳ ପ୍ରୟୋଗ ଇତ୍ୟାଦି ଦ୍ୱାରା ଉପସ୍ଥିତ ବିଦଗ୍ଧ ଶ୍ରୋତାମାନଙ୍କୁ ସେ ମନ୍ତ୍ରମୁଗ୍ଧ କରିଥିଲେ । ତାଙ୍କୁ ତବଲାରେ ସୁବାସ ଚନ୍ଦ୍ର ମହାପାତ୍ର, ହାରମୋନିୟମ୍ରେ ବିଶ୍ୱନାଥ ମିଶ୍ର ଏବଂ ତାନପୁରାରେ ଦେବସ୍ମିତା ମିଶ୍ର ସହଯୋଗ କରିଥିଲେ ।
ଅନ୍ତିମ ସଂଧ୍ୟାର ଶେଷ ପ୍ରସ୍ତୁତିରେ ଥିଲା ପ୍ରଖ୍ୟାତ ତବଲା ବାଦକ ପଣ୍ଡିତ ଗୋବିନ୍ଦ ବୋଷ ଓ ସାଥୀଙ୍କ ଦ୍ୱାରା ସୁର ତାଳ ବ୍ରହ୍ମ। ପରିବେଷଣ । ପଣ୍ଡିତ ଗୋବିନ୍ଦ ବୋଷ ହେଉଛନ୍ତି ବିଶ୍ୱର ଜଣେ ଜଣାଶୁଣା ସଙ୍ଗିତଜ୍ଞ ତଥା ବିଶିଷ୍ଟ ତବଲା ବାଦକ । ତାଙ୍କର ଉଚ୍ଚକୋଟିର ତଥା ଚମତ୍କାର ପରିବେଶଷ ଉପସ୍ଥିତ ଦର୍ଶକଙ୍କୁୁ ମନ୍ତ୍ରମୁଗ୍ଧ କରିଥିଲା । ତାଙ୍କୁ କଣ୍ଠରେ ରାଗେଶ୍ୱରୀ ଦାସ, ମୃଦଙ୍ଗମ୍ରେ ଶଙ୍କର ନାରାୟଣ ସ୍ୱାଇଁ, ବେହେଲାରେ ଦିବ୍ୟଜ୍ୟୋତି ମୁଖାର୍ଜୀ, ହାମୋନିୟମ୍ରେ ଦେବାଶିଷ ଅଧିକାରୀ, ତବଲାରେ ପିନାକି ଚକ୍ରବର୍ତ୍ତୀ ଓ ସୋମେନ୍ ସରକାର, ଢୋଲରେ ସୁବାସ ପୋଲ ଓ ରଞ୍ଜନ ଦେ ଏବଂ ଶ୍ରୀଖୋଲରେ ନିହାର ମଣ୍ଡଲ ସହଯୋଗ କରିଥିଲେ । ସଂଧ୍ୟାର ଅତିଥିମାନେ ଥିଲେ ଭୁବନେଶ୍ୱର ମ୍ୟୁଜିକ୍ ସର୍କଲର ସଭାପତି ଅରବିନ୍ଦ ବେହେରା ଏବଂ ଭୁବନେଶ୍ୱର ମ୍ୟୁଜିକ୍ ସର୍କଲର ସାଧାରଣ ସମ୍ପାଦକ କ୍ଷୀରୋଦ କୁମାର ପଟ୍ଟନାୟକ । କାର୍ଯ୍ୟକ୍ରମଟିକୁ ସଂଚାଳନା କରିଥିଲେ ଡ଼ ସଙ୍ଗୀତା ଗୋସାଇଁ ଏବଂ ଶ୍ରୀମତୀ ମୀରା ପଣ୍ଡା ।