ଯାତ୍ରା ମଣ୍ଡପ ରେ ସ୍ବେଛାସେବୀ ଅନୁଷ୍ଠାନ 'ସବୁଜ ଶାଖା 'ପୁରସ୍କୃତ 

ଯାତ୍ରା ମଣ୍ଡପ ରେ ସ୍ବେଛାସେବୀ ଅନୁଷ୍ଠାନ 'ସବୁଜ ଶାଖା 'ପୁରସ୍କୃତ 

ଯାତ୍ରା ମଣ୍ଡପ ରେ ସ୍ବେଛାସେବୀ ଅନୁଷ୍ଠାନ 'ସବୁଜ ଶାଖା 'ପୁରସ୍କୃତ 
ଅସ୍ତରଙ୍ଗ, ୧୮/୧୦- -ବିଦାୟ ନେଉଛନ୍ତି ମା ଦୁର୍ଗତିନାଶିନୀ, ସରିଆସୁଛି ପାର୍ବଣ ର ସନ୍ଧ୍ୟା, ଚଳିତ ବର୍ଷ ୫୬ ବର୍ଷ ରେ ପଦାର୍ପଣ କରିଛି ଅସ୍ତରଙ୍ଗ ର ବହୁ ପୁରାତନ ଦୁର୍ଗାକ୍ଲବ ର ଦୁର୍ଗା ପୂଜା, ଆକର୍ଷଣୀୟ ତୋରଣ କୁ ମୀନା ବଜାର, ସନ୍ଧ୍ୟା ହେଲେ ବିଭିନ୍ନ ରଙ୍ଗୀନ ଆଲୋକମାଳା ରେ ସୁସଜିତ ହୋଇଛି ଅସ୍ତରଙ୍ଗ, କେବଳ ସେତିକି ନୁହେଁ ଦର୍ଶକ ମାନଙ୍କ ପାଇଁ ୪ ରାତି ଅନୁଷ୍ଠିତ ହୋଇଛି ଯାତ୍ରା ଜଗତ ର ଅଗ୍ରିମ ଯାତ୍ରା ଶିବାନୀ ଗଣନାଟ୍ୟ, ଅନ୍ତିମ ରାତିରେ ଯାତ୍ରା ମଞ୍ଚ ରେ ପୁରସ୍କୃତ ହୋଇଛି ଅସ୍ତରଙ୍ଗ ଅଞ୍ଚଳ ର ପ୍ରସିଦ୍ଧ ସ୍ବେଛାସେବୀ ଅନୁଷ୍ଠାନ "ସବୁଜ ଶାଖା ", ଏହି ରାତିରେ ଶିବାନୀ ଗଣନାଟ୍ୟ ତରଫରୁ ଆୟୋଜିତ '୨ ଦୁଗୁଣେ ୬' ଧାରାବାହିକ କୁ ଦର୍ଶକ ନେଇଛନ୍ତି ଭରପୁର ଆନନ୍ଦ, ତା ସହିତ ଯାତ୍ରା ରେ ଟିକେଟ କ୍ରଏତା ଙ୍କ ଭିତରେ ଲଟେରୀ ଖେଳ ଅନୁଷ୍ଠିତ ହେବା ପରେ ୧ମ ପ୍ରତିଯୋଗୀ ଙ୍କୁ ସୁନା ଚୁଡ଼ି, ୨ୟ ଙ୍କୁ ଗ୍ରୀଜର, ୩ ୟ ଙ୍କୁ ୫୦୦୦/-ଟଙ୍କା ଓ ୪ର୍ଥ ବିଜେତା ଙ୍କୁ ଷ୍ଟାଣ୍ଡ ଟେବୁଲ ଫ୍ୟାନ  ଦିଆଯାଇଛି ପୁରସ୍କାର, କିନ୍ତୁ ଅସ୍ତରଙ୍ଗ ଅଞ୍ଚଳ ର ଜଣାଶୁଣା ଲୋକପ୍ରିୟ ଦରଦୀ ବନ୍ଧୁ ଶ୍ରୀଯୁକ୍ତ ଦିବାକର ଛାଟୋଇ ଙ୍କ ଉପଦେଷ୍ଟା ର ଅଗ୍ରିମ ସ୍ବେଛାସେବୀ ସଂଗଠନ ସବୁଜ ଶାଖା ଯେଉଁଭଳି ଭାବେ ଜନହିତକର କାର୍ଯ୍ୟ ଜାରୀ ରଖିଛି ସେଥିପାଇଁ ତାଙ୍କୁ ଦୁର୍ଗା କ୍ଲବ ତରଫରୁ କରାଯାଇଛି ପୁରସ୍କୃତ l ୧୦୦ ରୁ ଉର୍ଦ୍ଧ ଶବ ସଂସ୍କାର, ଗରିବ ଲୋକ ଙ୍କ ମୁର୍ତ୍ୟୁ ର ଶୀତଳୀ ଓ ସୁଧଘର ପାଇଁ ଜଳଖିଆ ବ୍ୟବସ୍ଥା, ଜରୁରୀକାଳୀନ ପରିସ୍ଥିତି ର ଚିକିତ୍ସା ପାଇଁ ସହାୟତା, ପ୍ରତ୍ୟେକ ମାସ ଶେଷ ଗୁରୁବାର ର ଅସ୍ତରଙ୍ଗ ବଜାର ସଫେଇ କରିବା ଓ ପରିବେଶ ସୁରକ୍ଷିତ ରଖିବା କାର୍ଯ୍ୟକ୍ରମ, ଅସ୍ତରଙ୍ଗ ନୋଡାଲ ପ୍ରାଥମିକ ବିଦ୍ୟାଳୟ କୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିବା, ଅସ୍ତରଙ୍ଗ ଉପକୂଳ ର ଜୈବବିବିଧତା ର ସୁରକ୍ଷା ପାଇଁ ଲୁଣା ଜଙ୍ଗଲ ନିର୍ମାଣ କରିବା ଓ ତା ସହିତ ବୃକ୍ଷ ରୋପଣ କରିବା, ଏହିଭଳି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠାନ ତରଫରୁ ଯାତ୍ରା ମଞ୍ଚ ର ୧୦ ହଜାର ଟଙ୍କା ର ଆର୍ଥିକ ପୁରସ୍କାର ସହିତ ଉତ୍ତରୀୟ ମାନପତ୍ର ଦିଆଯାଇ କରାଯାଇଛି ପ୍ରଶଂସା l ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମ ର ଦୁର୍ଗାକ୍ଲବ ସଭାପତି ଆଇନଜୀବୀ ଦିବ୍ୟଦର୍ଶୀ ବିଶ୍ୱାଳ, ଉପସଭାପତି ପ୍ରକାଶ ଚନ୍ଦ୍ର ବେହେରା, ସମ୍ପାଦକ ରବୀନ୍ଦ୍ର ନାଥ ପରିଡା,ଉପଦେଷ୍ଟା ଦୁଷ୍ମନ୍ତ ପରିଡା, ଅନ୍ୟ ସଭ୍ୟ ମାନଙ୍କ ଭିତରେ ସୁଦୀପ୍ତ ରାଉତ, ଯୁଗଳ କିଶୋର ମହାନ୍ତି,ସୁରେନ୍ଦ୍ର ନାଥ ନାୟକ ଓ ଅନ୍ୟ ପ୍ରମୁଖ ସଭ୍ୟ ଉପସ୍ଥିତ ରହିଥିବା ବେଳେ ସବୁଜ ଶାଖା ତରଫରୁ ସଭାପତି ରମାକାନ୍ତ ବସ୍ତିଆ ଅନ୍ୟ କର୍ମୀ ମାନଙ୍କୁ ନେଇ ମଞ୍ଚ ଉପରେ ନିଜ ଅନୁଷ୍ଠାନ ପାଇଁ ପୁରସ୍କାର ଗ୍ରହଣ କରିଛନ୍ତି l