ଭାଷା ଭାବନା ଅନୁଷ୍ଠାନ ତରଫରୁ ଆଶୁ ଚିକିତ୍ସା ସଚେତନତା କାର୍ଯ୍ୟକ୍ରମ
ଜଗତସିଂହପୁର: ତା: 20.11.2024 ରିଖ ବୁଧବାର ଭାଷା ଭାବନା, ଓଡିଶାର ପ୍ରତିଷ୍ଠାତା ସମ୍ପାଦକ ସୁକାନ୍ତ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ଜନ ସାଧାରଣ ଙ୍କ
ଉଦେଶ୍ୟରେ ଏକ ଆଶୁ ଚିକିତ୍ସା ସଚେତନତା କାର୍ଯ୍ୟକ୍ରମ ନବ କୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ସକାଳ 7.30 ରୁ 8.30 ପର୍ଯ୍ୟନ୍ତ
କରାଯାଇଥିଲା l ଏହାକୁ ଡାକ୍ତର ଲୋକନାଥ ସାହୁ, ଜାତୀୟ ସ୍ତରର ଆଶୁ ଚିକିତ୍ସା ମାଷ୍ଟର ଟ୍ରେନର ତଥା ମୁଖ୍ୟ ମନ୍ତ୍ରୀ ଓ ରାଜ୍ୟପାଳ ଙ୍କ ଦ୍ୱାରା ପୁରସ୍କୃତ ଏହି ତାଲିମ ପ୍ରଦାନ କରିଥିଲେ l ଏଥିରେ ମୁଖ୍ୟତଃ ଦୁର୍ଘଟଣାଗ୍ରସ୍ତ ଆହତ ବ୍ୟକ୍ତି ମାନଙ୍କ ନିମନ୍ତେ ଯେଉଁ ଆଶୁ ଚିକିତ୍ସା ଜଣେ ସାଧାରଣ ନାଗରିକ କରିପାରିବ, ଉପସ୍ଥିତ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ଜନ ସାଧାରଣ ଙ୍କ ଉପରେ ଆଲୋଚନା କରିଥିଲେ l ଆହତ ବ୍ୟକ୍ତି ଜଣକ ଯଦି ଅଚେତ ହୋଇଥାନ୍ତି ତାଙ୍କୁ ପାଣି ନଦେଇ ବାମ କିମ୍ବା ଡାହାଣ କଡ ମାଡି ଶୁଆଇଦେଲେ ଅମ୍ଳଜାନ ସଠିକ ଭାବରେ ପ୍ରବାହିତ ହୋଇଥାଏ l ସେହିପରି ମୂର୍ଛା ଯାଇଥିବା ବ୍ୟକ୍ତି ର ଗୋଡ ପଟୁ ଉଠାଇ ଧରିଲେ ତାହାର ସୁବିଧା ହୋଇଥାଏ ବୋଲି ଡ଼କ୍ଟର ସାହୁ କହିଥିଲେ l ଏଥି ସହିତ କୁକୁର, ମାଙ୍କଡ, ସାପ ଇତ୍ୟାଦି କାମୁଡା ପାଇଁ କେଉଁ ଦିଗ ପ୍ରତି ସଚେତନ ରହିପାରିବ ବୋଲି କହିଥିଲେ l
ଏହି କାର୍ଯ୍ୟକ୍ରମ ରେ ବିରିଡି ବ୍ଲକ ସ୍ଥିତ ଅଗ୍ରଣୀ ସଂଗଠନ ଅଙ୍ଗଦାନ ସଚେତନ ଗ୍ରୁପ ( ସମିତି ) ର ସଭାପତି ଶିବ ପ୍ରସାଦ ଦାସ, ସମ୍ପାଦିକା ପ୍ରତିମା ମହାରଣା, ସାମାଜିକ କର୍ମୀ ବସନ୍ତ କୁମାର ବେହେରା, ବିଶ୍ଵଜିତ ପାତ୍ର ସମେତ ଅନୁଷ୍ଠାନ ର ବହୁ କର୍ମକର୍ତା ଉପସ୍ଥିତ ରହି ଭାଷା ଭାବନା ଅନୁଷ୍ଠାନ ସହ ମିଳିମିଶି ସହଯୋଗ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ନର୍ସିଙ୍ଗ ଅଫିସର ସଂଯୁକ୍ତା ସାହୁ, ରେଡ଼ିଓ ସଂସ୍କାର ଆର ଜେ ସସ୍ମିତା ଦାସ ସମେତ ଅନ୍ୟାନ୍ୟ କର୍ମକର୍ତା କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l
ବିଶେଷ ଭାବରେ ସାମାଜିକ କର୍ମୀ ତପନ ମଲ୍ଲିକ ଙ୍କ ସହ ତାଙ୍କର ତାଙ୍କ କୋଚିଂ ସେଣ୍ଟର ର ବହୁ ଛାତ୍ର, ରଶ୍ମି ରଞ୍ଜନ ମିଶ୍ର ଏବଂ ମର୍ଣ୍ଣିଙ୍ଗ ୱାର୍କ କରୁଥିବା ଯୁବ ବନ୍ଧୁ ଉପସ୍ଥିତ ଥିଲେ l ଡ଼କ୍ଟର ସାହୁଙ୍କ ଦ୍ୱାରା ଆଶୁ ଚିକିତ୍ସା ଆଧାରିତ ତାଲିମ କୁ ବହୁ ପ୍ରଶଂସା କରିଥିଲେ l ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମର ଅଧିକ ବ୍ୟାପକ ଭାବରେ ଭାଷା ଭାବନା, ଓଡିଶା, ଅଙ୍ଗଦାନ ସଚେତନ ଗ୍ରୁପ (ସମିତି ) ଏବଂ ରେଡ଼ିଓ ସଂସ୍କାର ମିଳିତ ସହଯୋଗରେ କରାଯିବ ବୋଲି ସୁକାନ୍ତ କୁମାର ପ୍ରଧାନ କହିଥିଲେ ଓ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l ଶେଷରେ ଅଂଶଗ୍ରହଣକାରୀ ଯେଉଁ ପ୍ରଶ୍ନ କରିଥିଲେ ତାହାର ଉତ୍ତର ଡାକ୍ତର ସାହୁ ପୁଙ୍ଖାନୁ ପୁଙ୍ଖ ଭାବରେ ପରିପ୍ରକାଶ କରିଥିଲେ l