ବିଗବସ୍-୧୮ରେ ଦେଖା ଦେବେ ହୀନା ଖାନ୍, କେମୋ ଥେରାପି ପରେ ପ୍ରଥମଥର ଆସିବେ ନଜର
ଭାଇଜାନ୍ ସଲମାନ ଖାନଙ୍କ ବିଗବସ୍-୧୮ ଆଗକୁ ଆହୁରି ଉତ୍କଣ୍ଠାପୂର୍ଣ୍ଣ ହେବାକୁ ଯାଉଛି । ଏଥିରେ ଏଣ୍ଟ୍ରି କରିବେ ହୀନା ଖାନ୍ । ତେବେ ହୀନା ବର୍ତ୍ତମାନ କ୍ୟାନସର ସହ ଲଢ଼େଇ କରୁଛନ୍ତି । ତାଙ୍କର କେମୋ ଥେରାପି ଚାଲିଛି । ତାଙ୍କ ଠାରେ କ୍ୟାନସର ରୋଗ ଚିହ୍ନଟ ହେବା ପରେ ପ୍ରଥମଥର ଲାଗି ତାଙ୍କୁ ପରଦାରେ ଦେଖିବାକୁ ମିଳିବ । ତେବେ ସେ ଅତିଥି ଭାବେ ଆସିବେ । ପୂର୍ବରୁ ହୀନା ବିଗବସ୍-୧୧ ଓ ବିଗବସ୍-୧୪ରେ ମଧ୍ୟ ନଜର ଆସିଥିଲେ ।
ଗତ ଦୁଇ ସପ୍ତାହ ଧରି ବିଗବସ୍ ଘରୁ କେହି ବିଦା ହୋଇ ନାହାନ୍ତି । ତେବେ ଆଗାମୀ ସପ୍ତାହରେ କେହି ଘରୁ ବାହାରି ପାରନ୍ତି । ଏଥିରେ କିଛି ପ୍ରତିଯୋଗୀଙ୍କ ନାମ ରହିଛି ।