ପେନସନ ସ୍କିମ ରେ ଭି ପୁରୁଣା ପେନସନ ଭଳି ସମସ୍ତ ସୁବିଧା ନାହିଁ

ପେନସନ ସ୍କିମ ରେ ଭି ପୁରୁଣା ପେନସନ ଭଳି ସମସ୍ତ ସୁବିଧା  ନାହିଁ

bêaù^gße 1/10:କେନ୍ଦ୍ର ସରକାର ଦ୍ବାରା 2004 ପରଠାରୁ ପୁରୁଣା ପେନସନ ବଦଳରେ ନୂତନ ପେନସନ ସ୍କିମ ର ପ୍ରଚଳିତ ହୋଇ ଆସୁଛି, ଯାହା ସରକାରୀ କର୍ମଚାରୀଙ୍କ ମୌଳିକ ଅଧିକାର କୁ କୁଠାରଘାତ କରିଥିଲା, ବର୍ତ୍ତମାନ ରେଲୱେ ର ଦୁଇ ମାନ୍ୟତାପ୍ରାପ୍ତ ସଂଗଠନ ଯଥା ଜେସିଏମ୍ ର ସହମତିରେ ୟୁ. ପି. ଏସ୍ ଭଳି ଏକ ପେନସନ ସ୍କିମ ଅଣାଗଲା, ଏହି ପେନସନ ସ୍କିମ ରେ ଭି ପୁରୁଣା ପେନସନ ଭଳି ସମସ୍ତ ସୁବିଧା ଉପଲବ୍ଧ ନାହିଁ । ଏଣୁ ଭାରତର ସର୍ବ ବୃହତ ଶ୍ରମିକ ସଂଗଠନ ବି.ଏମ୍.ଏସ୍ ସହବନ୍ଧିତ ଇଷ୍ଟ କୋଷ୍ଟ ରେଲୱେ ମଜଦୁର ସଂଘ ପୁରୁଣା ପେନସନ ର ପୁନଃ ପ୍ରଚଳନ ଦାବିରେ ଏକ ବାଇକ୍ ଶୋଭାଯାତ୍ରାର ଆୟୋଜନ କରିଥିଲା  । ଏଥିରେ ଶତାଧିକ ରେଳ କର୍ମଚାରୀ ଭାଗ ନେଇଥିଲେ । ସଂଘର ସାଧାରଣ ସମ୍ପାଦକ ତ୍ରିଲୋଚନ ସାହୁଙ୍କ ନେତୃତ୍ବରେ ଏହି ଶୋଭାଯାତ୍ରା ମଞ୍ଚେଶ୍ୱର ରେଳଡବା ମରାମତି କାରଖାନାରୁ ଆରମ୍ଭ ହୋଇ ରେଳ ସଦନର ମୁଖ୍ଯ ଫାଟକ ନିକଟରେ ସମାପ୍ତ ହୋଇଥିଲା ।