ଇରାନୀ କପ ବିଜେତା ହୋଇଛି ମୁମ୍ବାଇ
ପ୍ରଥମ ଇନିଂସରେ ମୁମ୍ବାଇ ସରଫରାଜ ଖାନଙ୍କ ଦମଦାର ଅପରାଜିତ ୨୨୨ ରନ ବଳରେ ବିଶାଳ ୫୩୭ ରନ କରିଥିଲା । ଅଜିଙ୍କ୍ୟ ରାହାଣେ ୯୭ ରନ, ଶ୍ରେୟସ ଆୟର ୬୪ ରନ, ତନୁଷ କୋଟିୟାନ ୬୪ ରନ୍ କରିଥିଲେ । ଏହାର ଜବାବରେ ରେଷ୍ଟ ଅଫ ଇଣ୍ଡିଆ ଟିମ୍ ୪୧୬ ରନରେ ଅଲଆଉଟ ହୋଇଥିଲା । ଧ୍ରୁବ ଜୁରେଲ ମଧ୍ୟ ୯୩ ରନର ଇନିଂସ ଖେଳିଥିଲେ।
ଫଳରେ ମୁମ୍ବାଇକୁ ୧୨୧ ରନର ଗୁରୁତ୍ୱପୂର୍ଣ୍ଣ ଲିଡ ମିଳିଥିଲା । ଦ୍ୱିତୀୟ ଇନିଂସର ପୃଥ୍ୱୀ ଶ’ଙ୍କ ୭୬ ଓ ତନୁଶ କୋଟିୟାନଙ୍କ ଅପରାଜିତ ୧୧୪ ରନ ବଳରେ ମୁମ୍ବାଇ ଶେଷ ଦିନର ଚା’ ବିରତି ଯାଏ ବ୍ୟାଟିଂ କରିଥିଲା । ଦଳର ସ୍କୋର ୩୨୯/୮ ଥିବା ବେଳେ ରାହାଣେ ପାଳି ଘୋଷଣା କରିଥିଲେ । ପ୍ରଥମ ଇନିଂସ ଲିଡ ଆଧାରରେ ମୁମ୍ବାଇ ଇରାନୀ ଟ୍ରଫି ଚାମ୍ପିୟନ ହୋଇଥିଲା ।