ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କ ସୁରକ୍ଷା ବଢାଇଦିଆଯାଇଛି

ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କ ସୁରକ୍ଷା ବଢାଇଦିଆଯାଇଛି

ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କ ସୁରକ୍ଷା ବଢାଇଦିଆଯାଇଛି । ସଲମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ନେଇ ପୋଲିସ ଭାବୁଛି । ଏହାରି ମଧ୍ୟରେ ସଲମାନଙ୍କ ପୂର୍ବତନ ପ୍ରେମିକା ସୋମୀ ଅଲ୍ଲୀଙ୍କ ବୟାନକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ପୂର୍ବରୁ ସୋମୀ ଲରେନ୍ସ ବିଷ୍ଣୋଇଙ୍କ ସହିତ କଥା ହେବାକୁ ଚାହୁଁଥିବା ପୋଷ୍ଟ କରିଥିବା ବେଳେ ଏବେ ବିଷ୍ଣୋଇ ସଂପ୍ରଦାୟର ମୁଖ୍ୟ ଦେବେନ୍ଦ୍ରଙ୍କ ସହିତ କଥା ହେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ।

ସୋମୀ କହିଛନ୍ତି, ଲରେନ୍ସ ବିଷ୍ଣୋଇ ବହୁତ ବୋକା । ମୁଁ ତାଙ୍କ ସହିତ ନୁହେଁ ବିଷ୍ଣୋଇ ସଂପ୍ରଦାୟର ମୁଖ୍ୟଙ୍କ ସହିତ କଥା ହେବାକୁ ଚାହୁଁଛି । ପୂର୍ବରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହିତ କଥା ହେବାକୁ ଚାହୁଁଛି ବୋଲି କହିଥିଲେ ସୋମୀ । ସୋମୀ ଜୁମ୍‌ କଲ୍‌ ଜରିଆରେ ଲରେନ୍ସ ବିଷ୍ଣୋଇ ସହିତ କଥା ହେବାକୁ ଚାହୁଁଥିଲେ । ସୋମୀ ଅଲ୍ଲୀ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ପୋଷ୍ଟକୁ ଡିଲିଟ୍‌ କରିଦେଇଛନ୍ତି ।

ସୋମୀ ଲେଖିଥିଲେ, ଏହା ଲରେନ୍ସ ବିଷ୍ଣୋଇଙ୍କୁ ଡାଇରେକ୍ଟ ମେସେଜ । ନମସ୍ତେ .. ଲରେନ୍ସ ଭାଇ । ଶୁଣିଛି କି, ଆପଣ ଜେଲରୁ ଜୁମ୍‌ କଲ୍‌ କରୁଛନ୍ତି । ମୋତେ ଆପଣଙ୍କ ସହିତ କଥା ହେବାର ଅଛି । କେମିତି ଆପଣଙ୍କ ସହିତ କଥା ହେବି ଦୟାକରି କୁହନ୍ତୁ । ପୁରା ଦୁନିଆରେ ସବୁଠାରୁ ସୁନ୍ଦର ସ୍ଥାନ ରାଜସ୍ଥାନ । ରାଜସ୍ଥାନ ଯାଇ ମନ୍ଦିରରେ ପୂଜା କରିବାକୁ ଚାହୁଁଛି । ଏହାଛଡା ସୋମୀ ଲରେନ୍ସଙ୍କ ମୋବାଇଲ ନମ୍ବର ମଧ୍ୟ ମାଗିଛନ୍ତି ।

ସଲମାନଙ୍କୁ ମିଳୁଥିବା ଲଗାତାର ଧମକକୁ ନେଇ ଚିନ୍ତାରେ ରହିଛି । ତେଣୁ ମୁଁ ଲରେନ୍ସଙ୍କ ସହିତ ଶାନ୍ତିରେ କଥା ହେବାକୁ ଚାହୁଁଛି । ୯୦ ଦଶକର ଫିଲ୍ମ ଇଣ୍ଡଷ୍ଟ୍ରୀ ଆଜିକା ତାରିଖରେ ବହୁତ ପରିବର୍ତ୍ତନ ହୋଇଛି । ମୁଁ ସଲମାନଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ରହିଛି । କୃଷ୍ଣସାର ମୃଗ ମାମଲାରେ ଲରେନ୍ସ ସଲମାନଙ୍କୁ କ୍ଷମା ମାଗିବାକୁ କହିଥିଲା । ଏହାପରେ ଲଗାତାର ଧମକ ଦେଉଥିଲେ । କିନ୍ତୁ ସଲମାନ କ୍ଷମା ନ ମାଗିବାରୁ ଗ୍ୟାଙ୍ଗ ସଲମାନଙ୍କ ଘର ଉପରେ ଗୁଳିମାଡ ମଧ୍ୟ ହୋଇସାରିଛି ।

ସୂଚନାଯୋଗ୍ୟ, ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ୬୦ ଜଣ ପୋଲିସ କର୍ମଚାରୀ ସାଦା ପୋଷାକରେ ଗାଲାକ୍ସି ଆପାର୍ଟମେଣ୍ଟ ନିକଟରେ ମୁତୟନ ରହିଛନ୍ତି ।

ବଲିଉଡ୍‌ ଷ୍ଟାର ସଲମାନ ଖାନ ୧୯୯୮ରେ ଫିଲ୍ମ ‘ହମ୍‌ ସାଥ୍‌ ସାଥ୍‌ ହୈ’ର ସୁଟିଂ ସମୟରେ ରାଜସ୍ଥାନରେ କଳା ହରିଣ ଶିକାର କରିଥିଲେ । କଳା ହରିଣକୁ ବିଷ୍ଣୋଇ ସମାଜ ବହୁତ ପବିତ୍ର ବୋଲି ମାନନ୍ତି । ଏହା ପରଠାରୁ ବିଷ୍ଣୋଇ ସମ୍ପ୍ରଦାୟ ସଲମାନ ଖାନଙ୍କୁ ନେଇ କ୍ରୋଧିତ ରହିଛି ।