ସାରଦା ପ୍ରସାଦ ନାୟକଙ୍କୁ ପ୍ରଥମ ନିର୍ବାଚନୀ ପ୍ରଚାର ଆରମ୍ଭ

ରାଉରକେଲା ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଭାବରେ ଶ୍ରମ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ଟିକେଟ ମିଳିବା ପରେ, ଆଜି ରାଉରକେଲା ରେଳଷ୍ଟେସନ ନିକଟସ୍ଥ ହନୁମାନ ମନ୍ଦିର ଠାରୁ ନିଜର ପ୍ରଥମ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି

ସାରଦା ପ୍ରସାଦ ନାୟକଙ୍କୁ ପ୍ରଥମ ନିର୍ବାଚନୀ ପ୍ରଚାର ଆରମ୍ଭ

-ରାଉରକେଲା ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଭାବରେ ଶ୍ରମ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ଟିକେଟ ମିଳିବା ପରେ, ଆଜି ରାଉରକେଲା ରେଳଷ୍ଟେସନ ନିକଟସ୍ଥ ହନୁମାନ ମନ୍ଦିର ଠାରୁ ନିଜର ପ୍ରଥମ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଏଥିସହିତ ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ଭାବରେ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ମଧ୍ୟ ବିଧାୟକ ଶ୍ରୀ ନାୟକଙ୍କ ସହିତ ନିର୍ବାଚନୀ ପ୍ରଚାରରେ ଯୋଗଦେଇଛନ୍ତି।

ଏହି ନିର୍ବାଚନ ପ୍ରଚାର ରାଲ୍ଲି ରାଉରକେଲା ରେଳଷ୍ଟେସନ୍ ନିକଟ ସ୍ଥିତ ହନୁମାନ ମନ୍ଦିର ନିକଟରୁ ବାହାରି ରାଉରକେଲା ମୁଖ୍ୟ ମାର୍ଗର ମଧୁସୂଦନ ଛକ, ଡେଲି ମାର୍କେଟ, କଚେରୀ ରୋଡ, ଉଦିତନଗର ଆମ୍ବେଦକର ଛକରେ ପହଞ୍ଚିବା ପରେ ବାସନ୍ତୀ କଲୋନୀ ଓ ଛେଣ୍ଡ କଲୋନୀ ଦେଇ କଳିଙ୍ଗବିହାର ଅଭିମୁଖେ ଯାତ୍ରା କରି ବିଜୁ ପଟ୍ଟନାୟକ ଛକ ଠାରେ ପହଞ୍ଚି ଥିଲା । ଏହି ରାଲିରେ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଏହି ରାଉରକେଲା ଦିନେ ମୃତ ସହର ଥୁଲା, ଜମି କମ୍ ଦାମରେ ବିକିଲେ ମଧ୍ୟ କେହି କିଣିବାକୁ ନଥୁଲେ, ଆଜି ସେହି ରାଉରକେଲା ବିଶ୍ବ କପର ସହର ହୋଇଛି ଏବଂ ପ୍ରଗତିର ସ‌ହର ଏଵଂ ଭାଇଚାରାର ସହର।

ଏହି ରାଉରକେଲା ମାଟିରେ ଜନ୍ମ ନେଇଥ‌ିବା ଏହି ମାଟିର ପୁଅ ସାରଦା  ରାଉରକେଲା ଲୋକଙ୍କ ନିଷ୍ପତ୍ତିକୁ ନେଇ ସାରଦା କାମ କରିଛି। ରାଉରକେଲାର ମା' ଓ ଭାଇଭଉଣୀମାନଙ୍କ ଭଲପାଇବା ବିଜୁ ଜନତା ଦଳର ଆଶୀର୍ବାଦ, ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ଆଶା ଓ ବିଶ୍ବାସ ଓ ଆଜି ତାଙ୍କରି ପ୍ରେରଣା ରେ ମୁଁ ଅନୁପ୍ରାଣିତ ହେଉଛି,ସେ ହେଉଛନ୍ତି ମୋର ସାହାସ ଓ ଶକ୍ତି ।
ରାଉଲକେଲା ରୁ ସୁଧୀର ଦାସ ଙ୍କ ରିପୋର୍ଟ