ପାଗଳା କୁକୁର ଆତଙ୍କ
ସାଲେପୁର : ପାଗଳା କୁକୁର ଆତଙ୍କ । ଭୟରେ ଘରୁ ବାହାରୁ ନାହାଁନ୍ତି ଲୋକ । ଦେଖିଲା ମାତ୍ରେ ମଣିଷ ଉପରୁ ଲମ୍ଫ ମାରୁଛି । କେତେ ଲୋକଙ୍କୁ ଆକ୍ରମଣ କରି ଗୁରୁତର କରିସାରିଲାଣି। ମାତ୍ର କୁକୁରକୁ କାବୁ କରିପାରୁନାହାନ୍ତି ସ୍ଥାନୀୟ ବାସିନ୍ଦା । କଟକ ଜିଲ୍ଲା ସାଲେପୁର ଓଡାସିଂ ପଞ୍ଚାୟତରେ ପାଗଳା କୁକୁର ଆତଙ୍କ ମଚାଇଛି । ଲୋକମାନଙ୍କୁ ଆକ୍ରମଣ କରି ୫୦ରୁ ଅଧିକ ଲୋକଙ୍କୁ ଗୁରୁତର ଆହତ କରି ସାରିଲାଣି । ଗୁରୁତରମାନେ ସାଲେପୁର ଓ କଟକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତୁରନ୍ତ ବନବିଭାଗ ଏହି କୁକୁରକୁ କାବୁ କରିବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ।