ଡାକ୍ତର କାନୁନ୍ଗୋଜ୍ଞ ମଧୁମେହ କେନ୍ଦ୍ର ପକ୍ଷରୁ ‘ବିଶ୍ଵ ମଧୁମେହ ଦିବସ’ ପାଳିତ
ଡାକ୍ତର କାନୁନ୍ଗୋଜ୍ଞ ମଧୁମେହ କେନ୍ଦ୍ର ପକ୍ଷରୁ ‘ବିଶ୍ଵ ମଧୁମେହ ଦିବସ’ ପାଳିତ
ଭୁବନେଶ୍ଵର: ସ୍ଥାନୀୟ ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଡାକ୍ତର କାନୁନ୍ଗୋଙ୍କ ମଧୁମେହ କେନ୍ଦ୍ର ଆନୁକୁଲ୍ୟରେ “ଅତ୍ୟଧିକ କାଲୋରୀ ନିୟନ୍ତ୍ରଣ” ଉପରେ ଏକ ଆଲୋଚନା ଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି ଏହି ଉପଲକ୍ଷେ ଭୁବନେଶ୍ଵରର ଫିଲ୍ମ୍ ସୋସାଇଟି ସହାୟତାରେ ଡଏଚେ ଓଲେ ଦ୍ଵାରା ନିର୍ମିତ “ଜଙ୍କ୍ ଖାଦ୍ୟ, ଶର୍କରା ଏବଂ ଖାଦ୍ୟ ସଂରକ୍ଷକ ବା ଆଡିଟିଭ୍ସ” ଶୀର୍ଷକ ଏକ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ସଂସ୍କାର ପାଖାପାଖି ୧୮୦ ଜଣ ଡାକ୍ତର ଏବଂ ଖାଦ୍ୟ ବିଶାରଦ ଯୋଗ ଦେଇଥିଲେ। ବହୁ ଛାତ୍ର ଏବଂ ରୋଗୀଙ୍କୁ ମଧ୍ୟ ଏଠାରେ ଦେଖିବାକୁ ମିଳିଥିଲା। ଶର୍କରା, ସ୍ନେହ ଏବଂ ସୁଗନ୍ଧ ଭଳି ପଦାର୍ଥ ସବୁକୁ ବଜାରରେ ମିଳୁଥିବା ପ୍ରକ୍ରିୟାକୃତ ଖାଦ୍ୟରେ ଯେଭଳି ବ୍ୟବହାର କରାଯାଉଛି, ସେ ବିଷୟରେ ଏହି ଚଳଚ୍ଚିତ୍ରଟିରେ ବ୍ୟାପକ ଆଲୋଚନା କରାଯାଇଛିଅସ୍ବାସ୍ଥ୍ୟକର ଖାଦ୍ୟ କିଭଳି ମାନବ ଶରୀର ତଥା ଆମ ସମାଜ ଉପରେ କୁପ୍ରଭାବ ପକାଉଛି, ସେ ବିଷୟରେ ଉପସ୍ଥିତ ବିଶେଷଜ୍ଞଗଣ ମଧ୍ୟ ଆଲୋକପାତ କରିଥିଲେ।
ଡାକ୍ତର କାନୁନ୍ଗୋଜ୍ଞ ମଧୁମେହ କେନ୍ଦ୍ରର ଅଧ୍ୟକ୍ଷ ଡାକ୍ତର ଆଲୋକ କାନୁନ୍ଗୋ ଏ ବିଷୟରେ ସୂଚନା ଦେଇ ଏ ଧରଣର ଖାଦ୍ୟସବୁ କିଭଳି ମେଦବୃଦ୍ଧି ତଥା ମଧୁମେହ ସୃଷ୍ଟିରେ ସହାୟକ ହେଉଛନ୍ତି, ସେ ବିଷୟରେ ଅବତାରଣା କରିଥିଲେ। ଅତ୍ୟଧିକ କାଲୋରୀ କିଭଳି ଆମର ଦୈହିକ ତଥା ମାନସିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରୁଛି, ସେ ବିଷୟରେ ମଧ୍ୟ ସେ ଉଲ୍ଲେଖ କରି ଏହି ସାମାଜିକ ସ୍ବାସ୍ଥ୍ୟ ବୋଝକୁ କିଭଳି କମାଯାଇପାରିବ, ତାହାର ସୂଚନା ଦେଇଥିଲେ।‘ସିଏସ୍ୱାଇଡି’ର ସଭ୍ୟ-ସଂପାଦକ ଶ୍ରୀ ଜଗଦାନନ୍ଦ ମଧୁମେହ କେନ୍ଦ୍ରର ଏଭଳି ଅଭିନବ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ଏଭଳି କାର୍ଯ୍ୟକ୍ରମଦ୍ୱାରା ସମାଜରେ ଏସବୁ ଦିଗରେ ସଚେତନତା ବୃଦ୍ଧି ପାଇବ ବୋଲି ମଧ୍ୟ ସେ ଆଶା ପ୍ରକାଶ କରିଥିଲେ । ଖାଦ୍ୟ ବିଷୟରେ ଭଲ ଭାବରେ ଜାଣି, ବୁଝି ତାହାର ଉପଯୋଗ କିଭଳି ସମାଜରେ କରାଯାଇପାରିବ, ସେବିଷୟରେ ମଧ୍ୟ ସେ ସମ୍ୟକ୍ ସୂଚନା ଦେଇଥିଲେ।
ଭୁବନେଶ୍ଵର ଫିଲ୍ମ୍ ସୋସାଇଟିର ସଂପାଦକ ଶ୍ରୀ ସୁବ୍ରତ ବେଉରା ପ୍ରାମାଣିତ ଚଳଚ୍ଚିତ୍ରକୁ ମାଧ୍ୟମ କରି କିଭଳି ପରିବେଶ ତଥା ଆମ
ସ୍ବାସ୍ଥ୍ୟ ବିଷୟରେ ଉପଯୁକ୍ତଭାବେ ଚିନ୍ତା କରାଯାଇପାରିବ ଏବଂ ସମାଜର ବିକାଶ ସାଧିତ ହୋଇପାରିବ, ସେ ବିଷୟରେ ସାରଗର୍ଭକ ଆଲୋଚନା କରିଥିଲେ। ତାଙ୍କ ଅନୁଷ୍ଠାନ ଆଗକୁ ଏଭଳି ଆହୁରି ଅନେକ ପ୍ରାସଙ୍ଗିକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ କରିବ ବୋଲି ମଧ୍ୟ ସେ ସୂଚାଇଥିଲେ। ଆପୋଲୋ ହସ୍ପିଟାଲର ମୁଖ୍ୟ ଖାଦ୍ୟ ବିଜ୍ଞାନୀ ଶ୍ରୀମତୀ ସୁନିତା ସାହୁ, ମାଇକେଲ୍ସ କିଚିନ୍ର ପ୍ରତିଷ୍ଠାତା ସେଫ୍ ମାଇକେଲ୍ ଏବଂ ଏମ୍ସ ଭୁବନେଶ୍ଵରର ଛାତ୍ରୀ ଶ୍ରୀମତୀ ସଂଜୀବନୀ ଦତ୍ତ ଏହି ଆଲୋଚନାଚକ୍ରରେ ଗବେଷକ ଭାବରେ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ ।ଉଲ୍ଲେଖଯୋଗ୍ୟ ଯେ, ଡାକ୍ତର କାନୁନ୍ଗୋଙ୍କ ଅତ୍ୟାଧୁନିକ ମଧୁମେହ କେନ୍ଦ୍ରଟି ହେଉଛି ମଧୁମେହର ପ୍ରତିରୋଧ, ନିୟନ୍ତ୍ରଣ ଏବଂ ପରିଚାଳନା କ୍ଷେତ୍ରରେ କାମ କରୁଥିବା ଏକ ପୂର୍ଣାଙ୍ଗ ସଂସ୍ଥା। ମଧୁମେହ ରୋଗୀମାନେ କିଭଳି ଖାଦ୍ୟ ତଥା ଶାରୀରିକ ଯୋଗ୍ୟତାର ଉପଯୋଗ କରିପାରିବେ, ସେ ବିଷୟରେ ଏହା ଆଜି କାର୍ଯ୍ୟରତଏହା ବ୍ୟତୀତ ଚାପ ତଥା ଜୀବନଶୈଳୀର ସୁପରିଚାଳନା ଏବଂ ପର୍ଯ୍ୟବେକ୍ଷଣ ଦିଗରେ ଡାକ୍ତର ଏବଂ ଖାଦ୍ୟ ବିଜ୍ଞାନୀ ଓ ସେବିକା ମାନଙ୍କୁ ତାଲିମ ଦେବା ନିମନ୍ତେ ମଧ୍ୟ ଏହା ଶିବିରମାନ ଅୟୋଜନ କରିଥାଏ। ଖାଦ୍ୟ ଉପରେ ଅଧିକ ଗବେଷଣା କରିବା ଏବଂ ଏଥିରୁ ମିଳୁଥିବା ତଥ୍ୟକୁ ବିଶ୍ଲେଷଣ କରିବା ହେଲା ଏହି ମଧୁମେହ କେନ୍ଦ୍ରର ଅନ୍ୟତମ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ।