ଉପମୁଖ୍ୟମନ୍ତ୍ରୀ, କାକଟପୁର ବିଧାୟକ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିଲେ

ଉପମୁଖ୍ୟମନ୍ତ୍ରୀ, କାକଟପୁର ବିଧାୟକ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିଲେ

ବାତ୍ୟା ଦାନାର ପ୍ରଭାବ ଅସ୍ତରଙ୍ଗରେ ଅନୁଭୂତ ପବନରେ ଭାଙ୍ଗିଲା ଗଛ

ଅସ୍ତରଙ୍ଗ ୨୪/୧୦/ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ତାଙ୍କ ସହିତ ପୁରୀ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ମାନେ ଅସ୍ତରଙ୍ଗ ବ୍ଲକରେ ବାତ୍ୟା ସମ୍ପର୍କିତ ଏକ ସମୀକ୍ଷା ବୈଠକ କରିଥିଲେ।ଉପକୂଳବର୍ତ୍ତି ପଞ୍ଚାୟତ ଅଧିବାସୀ ମାନଙ୍କର ସ୍ଥାନାନ୍ତରିତ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହିତ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରାଯାଇଛି କି ନାହିଁ ବୁଝିଥିଲେ।ତାପରେ କେଉଟଜଙ୍ଗା ଓ ତଣ୍ଡାହାର ବାତ୍ୟାଆଶ୍ରୟ ସ୍ଥଳୀକୁ ଯାଇ ସ୍ଥାନାନ୍ତରିତ ହୋଇଥିବା ଅଞ୍ଚଳ ବାସୀଙ୍କୁ ଭେଟି ଥିଲେ।ଉପମୁଖ୍ୟମନ୍ତ୍ରୀଙ୍କ ସହିତ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ଆରତୀ ନାୟକ, ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶନୀ ପତି,ଭାରପ୍ରାପ୍ତ ବିଡିଓ ଯୋଗେନ୍ଦ୍ର ମହାକୁଡ଼, ସ୍ୱାସ୍ଥ୍ୟ ଅଧିକାରୀ ଡଃ ସଞ୍ଜୟ କୁମାର ପ୍ରଧାନ, ପଶୁ ସମ୍ପଦ ଚିକିତ୍ସା ଅଧିକାରୀ ଶୁଭଶ୍ରୀ ପ୍ରଧାନ, ପାନୀୟ ଜଳ ଯୋଗାଣ ଅଧିକାରୀ ସତ୍ୟ ଶଙ୍କର ମହାନ୍ତି, ବିଦ୍ୟୁତ ବିଭାଗ ଅଧିକାରୀ ସୁବ୍ରତ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିବା ସହିତ ଗ୍ରସ୍ତ କାର୍ଯ୍ୟକ୍ରମରେ ସାମିଲ ଥିଲେ।ସେହିପରି କାକଟପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତୁଷାର କାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପାଦକ୍ଷ 【ସ୍ଵାଧୀନ】 କୁମାର ନାୟକ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ ପ୍ରମୁଖ ଅସ୍ତରଙ୍ଗ କାକଟପୁର ବ୍ଲକର ବିଭିନ୍ନ ବାତ୍ୟାଆଶ୍ରୟ ସ୍ଥଳୀ ବୁଲି ଦେଖିବା ସହିତ ସ୍ଥାନାନ୍ତରିତ ମାନଙ୍କୁ ଭେଟି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଅସ୍ତରଙ୍ଗ ବ୍ଲକରେ ବାତ୍ୟା ଦାନାର ପ୍ରଭାବ ବୁଧବାର ଦିନ ରାତିରୁ ଦେଖିବାକୁ ମିଳିଛି। ବର୍ଷା ସାଙ୍ଗକୁ ହାଲକା ପବନ ଅନୁଭୂତ ହେଉଛି।ପବନର ପ୍ରଭାବରେ ଅସ୍ତରଙ୍ଗ ମୁଖ୍ୟ ବଜାରରେ ଥିବା ଏକ ବଡ ଗଛ ଭାଙ୍ଗିବା ଫଳରେ ଅସ୍ତରଙ୍ଗ ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ ହୋଇଥିଲା।ଓଡ୍ରାଫ ଟିମ ଆସି ଗଛକୁ କାଟି ରାସ୍ତା ଅବରୋଧ ହଟାଇବା ସହିତ ଗମନାଗମନ ସ୍ୱାଭାବିକ କରିଥିଲେ।ଉପକୂଳ ଅଞ୍ଚଳରେ ପବନର ପ୍ରଭାବରେ ବହୁ ଗଛ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି।ଶିଶୁଅ ପଞ୍ଚାୟତର ତଣ୍ଡାହାର କେଉଟଜଙ୍ଗା ଗ୍ରାମର ପ୍ରାୟ ୩୦ ରୁ ୪୦ ପରିବାରଙ୍କୁ ସ୍ଥାନୀୟ ବାତ୍ୟାଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଥିବା ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶନୀ ପତି ସୂଚନା ଦେଇଛନ୍ତି ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି।ଆବଶ୍ୟକ ସ୍ଥଳେ ଆହୁରି ସ୍ଥାନାନ୍ତରିତ କରାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି।ମସ୍ୟଜୀବୀ ମାନଙ୍କୁ ଅଶାନ୍ତ ସମୁଦ୍ର ଭିତରକୁ ନ ଯିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯିବା ସହ ସେମାନଙ୍କ ଡଙ୍ଗା ଟାପାକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।