ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିଙ୍କୁ ଅସମ୍ମାନ:ଉନ୍ମୋଚନ କେବେ ?

ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିଙ୍କୁ ଅସମ୍ମାନ:ଉନ୍ମୋଚନ କେବେ ?

ରମ୍ଭା ଏନଏସିର ମୁଖ୍ୟ ରାସ୍ତା ସ୍ମଶାନ ନିକଟରେ ଥିବା ସ୍ୱାଧୀନ ସଂଗ୍ରାମୀ ବରପୁତ୍ରଙ୍କ ପ୍ରତିମୂର୍ତ୍ତିଙ୍କୁ ଅସମ୍ମାନ କରାଯାଉଥିବା ଅଭିଯୋଗ ହୋଇଛି ।ଦେଶ ସ୍ଵାଧୀନ ପାଇଁ ରମ୍ଭା ସହରବାସୀଙ୍କ ଅବଦାନ ,ଲବଣ ସତ୍ୟାଗ୍ରହରେ  ଗାନ୍ଧିଜୀଙ୍କ ଦାଣ୍ଡି ଯାତ୍ରାରେ ରମ୍ଭା ରାଜପ୍ରାସାଦରେ ରାତ୍ରି ରହଣୀର ପ୍ରମାଣ ରାଜ ପ୍ରାସାଦରେ ରହିଥିବା ନେଇ ଓ ରମ୍ଭା ସହରର ସୌନ୍ଦର୍ଯ୍ୟକରଣକୁ ଦୃଷ୍ଟିରେ ରଖି ସରକାର ରମ୍ଭା ଏନଏସିରେ ବିଭିନ୍ନ ସ୍ଥାନରେ ସ୍ବାଧୀନତା ସଂଗ୍ରାମୀ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ।

ଜାତିର ପିତା ମହାତ୍ମା ଗାନ୍ଧିଜୀ ସମେତ ୧୦ ଟି ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ରମ୍ଭା ଏନଏସିର ଶ୍ମଶାନ ନିକଟରେ ମଧ୍ୟ ନିର୍ମାଣ କରାଯାଇଛି। ନିର୍ମାଣକୁ ଦବହୁତ ମାସ ବିତି ଯାଇଥିଲେ ମଧ୍ୟ ଆଜି ଯାଏଁ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରାଯାଇ ନାହିଁ ।

ସେମାନଙ୍କର ପ୍ରତିମୂର୍ତ୍ତି ଙ୍କ ଚେହେରାକୁ ଘୋଡ଼ାଇ ଆଜି ପର୍ଯ୍ୟନ୍ତ ରଖା ଯାଇଛି। ରମ୍ଭା ଏନଏସିର କେତେକ ସ୍ଥାନରେ ମଧ୍ୟ ଏହି ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତିଙ୍କର ଉନ୍ମୋଚନ କରା ନଯାଇ ଏଭଳି ଅବସ୍ଥାରେ ପଡ଼ି ରହିଛି । ଏନେଇ ରମ୍ଭା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖା ଦେଇଛି ।

ତୁରନ୍ତ ଏହି ବରପୁତ୍ର ପ୍ରତିମୂର୍ତ୍ତିଙ୍କ ଉନ୍ମୋଚନ ପାଇଁ ଦାବି ହୋଇଛି ।