ମଦ ବିରୋଧି ଅଭିଯାନ ତରଫରୁ ଜନ ଜାଗରଣ ଯାତ୍ରା
ଜଗତସିଂହପୁର : ଜିଲ୍ଲାର ସଚେତନ ଜନଗଣ ଆଜି ପୂର୍ବାହ୍ନ ଦଶ ଘଟିକା ସମୟରେ ଜଗତସିଂହପୁର ଥାନା ଛକ ଠାରେ ରୁଣ୍ଡ ହୋଇ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ମଦ ବିରୋଧୀ ସଚେତନତା ଶୋଭାଯାତ୍ରା କରିଥିଲେ। କାର୍ଯ୍ୟାଳୟ ସମ୍ମୁଖରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଜଗତସିଂହପୁର ଜିଲ୍ଲାକୁ ସମୂର୍ଣ୍ଣ ମଦମୁକ୍ତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।
ମଦ ଜନିତ କ୍ଷୟକ୍ଷତିର ସଂପୂର୍ଣ୍ଣ ତଥ୍ୟ ସରକାର ଓ ପ୍ରଶାସନ ନିକଟରେ ଥିବା ସତ୍ତ୍ବେ ଜନ ମଙ୍ଗଳ କାରୀ ସରକାର କାହିଁକି ଏଭଳି ଜନ ଅମଙ୍ଗଳ ଓ ଅସଭ୍ୟ କାର୍ଯ୍ୟ କରୁଛନ୍ତି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ।
ଜିଲ୍ଲାରେ ମଣିଷ ବଞ୍ଚାଇବା ପାଇଁ ଡାକ୍ତରଙ୍କ ଅଭାବ ଥିବା ବେଳେ ମଣିଷକୁ ମାରିବା ପାଇଁ, ପ୍ରତି ପଞ୍ଚାୟତରେ ଚୋରା ମଦ କାରବାର ପ୍ରସଙ୍ଗକୁ ଜିଲ୍ଲାପାଳ ମଧ୍ୟ ଗୁରୁତ୍ଵ ଦେଉନାହାନ୍ତି।
କେବଳ ମଦ ନୁହଁ, ଚରସ୍, ବ୍ରାଉନ ସୁଗାର, ହେରୋଇନ୍ ଭଳି ଘାତକ ନିଶା ସେବନ, ନିଶା ବିପଣନ ଜଗତସିଂହପୁର ଭଳି ଏକ ଶିକ୍ଷିତ, ସ୍ଵାଭିମାନୀ ଜିଲ୍ଲାର ଭବିଷ୍ୟତକୁ ଅନ୍ଧକାରମୟ କରିବାର ଆଶଙ୍କା ସୃଷ୍ଟି କରିଛି।
ଖଣିଜ ସଂପଦ ବିହୀନ ଜଗତସିଂହପୁର ଜିଲ୍ଲାର ଆର୍ଥିକ ଅବସ୍ଥା ଦୁର୍ବଳ ଥିବାବେଳେ ସରକାରଙ୍କ ମଦ ବେପାର, ଜିଲ୍ଲାବାସୀଙ୍କୁ ଗରିବ କରି ରଖିବା ଏବଂ ଦାଦନ ଖଟାଇବା ମାନସିକତାକୁ ପ୍ରମାଣିତ କରୁଛି।
ଏଣୁ ଜଗତସିଂହପୁର ଜିଲ୍ଲାର ସ୍ୱାଭିମାନକୁ ବଞ୍ଚାଇବା ଏବଂ ବିକାଶ ବିରୋଧୀ ମଦ ଭଳି ଘାତକ ନିଶା ଗୁଡ଼ିକୁ ଜିଲ୍ଲାରୁ ସଂପୂର୍ଣ୍ଣ ରୂପେ ହଟାଇ ଦେବା ପାଇଁ ଜିଲ୍ଲାରେ ମୁଣ୍ଡ ଟେକିଛି “ମଦ ବିରୋଧୀ ଅଭିଯାନ, ଜଗତସିଂହପୁର” ସଂଗଠନ। ଏହି ସଂଗଠନର ଆବାହକ ମଣ୍ଡଳୀ ଦେବି ପ୍ରସାଦ ମହାରଣା, ସ୍ନେହାନସୁ ଜେନା ଏବଂ ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ନେତୃତ୍ବରେ ଆଜି ଏହି ଜନ ଜାଗରଣ ଯାତ୍ରାର ଆୟୋଜନ କରାଯାଇଛି। ଆଗାମୀ ଦିନରେ ଏହି ସଂଗଠନ ସଂପୂର୍ଣ୍ଣ ଜିଲ୍ଲାରେ ଜିଲ୍ଲାବାସୀ ମାନଙ୍କୁ ଏକଜୁଟ କରି ଜିଲ୍ଲାରୁ ମଦକୁ ନିଷେଧ କରିବା ଲକ୍ଷ୍ୟ ରହିଛି। ରଶ୍ମି ରଂଜନ ସ୍ବାଇଁ ,ସୁରେନ୍ ରାଉତ,ଗୋବିନ୍ଦ ଓଝା,ଦୂର୍ଗା ଚରଣ ସ୍ବାଇଁ, ବାଲିକୁଦା,ତିଳକ ମହାରଣା,ସୁରେଶ ପଟ୍ଟନାୟକ,ସୁଭାସିସ ସ୍ବାଇଁ,ସୁରେନ୍ଦ୍ର ମହାରଣା.ବୈକୁଣ୍ଠ ବିଶ୍ଵାଳ,ଅଶୋକ ଜେନା,ଶାରଦା ଜେନା,ଭାସ୍କର ପାଳ ,ଗଗନ ବିଶ୍ଵାଳ,ନୃସିଂହ ପ୍ରଧାନ.ଅମ୍ବିକା ମହାନ୍ତି.ପ୍ରମୁଖ ଏହି ସଚେତନତା ଶୋଭାଯାତ୍ରାରେ ସାମିଲ ହୋଇଥିଲେ।