ଜମିବାଡି ଗଣ୍ଡଗୋଳ ବିବାଦକୁ ନେଇ ଚୁଟି ଘୋଷାଡି ଛେଛି ମାରିଲେ ମହିଳାକୁ

ଜମିବାଡି ଗଣ୍ଡଗୋଳ ବିବାଦକୁ ନେଇ ଚୁଟି ଘୋଷାଡି ଛେଛି ମାରିଲେ ମହିଳାକୁ

ଯାଜପୁର : ଦୃଶ୍ୟ ସଭ୍ୟ ସମାଜ ପାଇଁ ଲଜ୍ଜା ଜନକ | ଜମି ବାଡି ବିବାଦକୁ କେନ୍ଦ୍ର କରି ସାମ୍ନାକୁ ଆସିଛି ଏହି ଛାତିଥରା ଭିଡିଓ । ମହିଳାଙ୍କୁ କିଭଳି ନୃଶଂସ ଭାବେ କରାଯାଉଛି ମରଣାନ୍ତକ ଆକ୍ରମଣ । ସମସ୍ତଙ୍କ ଉପସ୍ଥିତିରେ ଏଭଳି ଆକ୍ରମଣ ହେଉଥିଲେ ହେଁ କେହି ମହିଳାଙ୍କୁ ଅଟାକାଇବାକୁ ଚେଷ୍ଟା କରୁନଥିବା ଭିଡିଓରୁ ସ୍ପଷ୍ଟ ହେଉଛି । ମହିଳାଙ୍କୁ ଚୁଟି ଘୋଷାରି ମାଡ ମାରିବା ସହିତ, ରଶି ବାନ୍ଧି ଆକ୍ରମଣ କରାଯାଉଛି । ଖାଲି ସେତିକି ନୁହେଁ ମହିଳାଙ୍କୁ ପାଣି ମାଡ କରିବା ସହିତ ଚୁଟିକୁ ଘୋଷାଡି ଘୋଷାଡି ନିଆଯାଉଥିବା ଦୃଶ୍ୟ ସଭ୍ୟ ସମାଜ ପାଇଁ ଲଜ୍ଜା ଜନକ ।

ସବୁଠାରୁ ବିଡମ୍ବନା ଏତେ ସବୁ ଘଟଣାର ଭିଡିଓ ଏ ମୋବାଇଲରୁ ସେ ମୋବାଇଲ ଘୁରି ବୁଲୁଥିଲେ ମଧ୍ୟ ବିଂଝାରପୁର ପୋଲିସ କେବଳ ନାମକୁ ମାତ୍ର ଏତଲା ରଖି ନିଜର କାମ ସାରିଦେଇଛି।  ସେପଟେ ମହିଳା ଜଣକ ନ୍ୟାୟ ପାଇବା ପାଇଁ ଥାନା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଏସପି , ଜିଲ୍ଳାପାଳ ଏବଂ ପୋଲିସ ଡିଜିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ମଧ୍ୟ ନ୍ୟାୟ ପାଇବାରୁ ବଂଚିତ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ।

ଏପରିକି ପଡୋଶୀ ମାନେ ସୁଲୋଚନାଙ୍କ ଭିନ୍ନକ୍ଷମଙ୍କ ପୁଅକୁ ମଧ୍ୟ ନାନା ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି । ଏଠି ପ୍ରଶ୍ନ ଉଠୁଛି ପୋଲିସ ତଥ୍ୟ ଓ ପ୍ରମାଣ ପାଇ ମଧ୍ୟ କାହିଁକି ନିରବ ବସୁଛି ? କେବଳ ମୋକଦ୍ଦମା ରୁଜୁ କରିଦେଲେ ପିଡିତାଙ୍କୁ କଣ ନ୍ୟାୟ ମିଳିଯିବ କି ? କେବେ ସେହି ଆକ୍ରମଣକାରୀ ଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ ,କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସକୁ ଆଉ କେତେ ତଥ୍ୟ ଓ ପ୍ରମାଣର ଆବଶ୍ୟକତା ରହିଛି ବୋଲି ସୁଲୋଚନା ପ୍ରଶ୍ନ କରିଛନ୍ତି ।