ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ, ୮ଟି ସ୍ଥାନରେ ଚଢ଼ାଉ
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ ଅଧିକାରୀ ରମେଶ ଚରଣ ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଭୁବନେଶ୍ୱର ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ।
ରମେଶଙ୍କ ଭୁବନେଶ୍ୱର କଳିଙ୍ଗନଗରରେ ଥିବା ଦୁଇ ମହଲା ବିଶିଷ୍ଟ ଘର, ଭୁବନେଶ୍ୱର ଗୋଠପାଟଣା ଥିବା ୩ମହଲା ବିଶିଷ୍ଟ କୋଠା, ପୁରୀ ଖୁଣ୍ଟିଆ ବାଣପୁରରେ ଥିବା ପୈତୃକ ଘର, ୟୁନିଟ ୨ରେ ଥିବା ସରକାରୀ କ୍ୱାର୍ଟର୍ସ, ଖୋର୍ଦ୍ଧା ଟାଙ୍ଗିରେ ଥିବା ସମ୍ପର୍କୀୟ ଘର ଓ ଅଫିସ୍ ଚାମ୍ବରର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉରେ ୮ ଜଣ ଡିଏସିପି, ୩ଜଣ ଇନ୍ସପେକ୍ଟର,୧୦ ଜଣ ଏଏସ୍ଆଇ ସମେତ ଅନ୍ୟ ଷ୍ଟାଫ ସାମିଲ ହୋଇଛନ୍ତି ।