ସହରାଞ୍ଚଳ ଲୋକମାନଙ୍କ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଘଟିଛି

ସହରାଞ୍ଚଳ ଲୋକମାନଙ୍କ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଘଟିଛି

ସମସ୍ତଙ୍କ ହାତରେ ଇଣ୍ଟରନେଟ୍ ସଂଯୋଗ ଥିବା ସ୍ମାର୍ଟଫୋନ୍ ଓ ପକେଟ୍‌ରେ ପଇସା ପହଞ୍ଚିଥିବାରୁ ସହରାଞ୍ଚଳ ଲୋକମାନଙ୍କ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଘଟିଛି। କେବଳ ଘର ତିଆରି ଭୋଜନ ଖାଇବା ବଦଳରେ ସେମାନେ ବିଭିନ୍ନ ସୁସ୍ବାଦୁ ବ୍ୟଞ୍ଜନ ଚାଖିବା ଲାଗି ଆଗ୍ରହ ଦେଖାଉଛନ୍ତି। ଏଥିପାଇଁ ବହୁ ଲୋକ ରେସ୍ତୋରାଁରେ ଯାଇ ଭୋଜନ କରୁଥିବା ବେଳେ ଜନସଂଖ୍ୟାର ଏକ ବଡ଼ ଭାଗ ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇ ଖାଉଛନ୍ତି। ବିଶେଷ କରି କାର୍ଯ୍ୟବ୍ୟସ୍ତ ରହୁଥିବା କିମ୍ବା ଭିନ୍ନ ଧରଣର ଖାଦ୍ୟ ଖାଇବାକୁ ଚାହୁଥିବା ଲୋକମାନେ ଅନ୍‌ଲାଇନ୍‌ରେ ଖାଦ୍ୟ ବରାଦ କରୁଛନ୍ତି। ଅଗ୍ରଣୀ ଅନ୍‌ଲାଇନ୍ ଖାଦ୍ୟ ଡେଲିଭରି ପ୍ଲାଟଫର୍ମ ସ୍ବିଗିର ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଭୁବନେଶ୍ବରବାସୀ ଅନ୍‌ଲାଇନ୍‌ରେ ଖାଇବା ବରାଦ କରିବା ବେଳେ ସର୍ବାଧିକ ପିଜା, ବର୍ଗର, ମୋମୋ, ବିରିୟାନି, ଚାଇନିଜ୍, ଦକ୍ଷିଣ ଭାରତୀୟ ଖାଦ୍ୟ, କେକ୍ ଓ ଡେଜର୍ଟ ଏବଂ ଆଇସ୍‌କ୍ରିମ୍ ମଗାଉଛନ୍ତି। ସେମାନଙ୍କ ପସନ୍ଦର ରେସ୍ତୋରାଁଗୁଡ଼ିକ ହେଉଛି ପିଜା ପାଇଁ ଡୋମିନୋସ୍‌ ପିଜା ଓ ବର୍ଗର ପାଇଁ ବର୍ଗର କିଙ୍ଗ। ୱାଓ ମୋମୋସ୍‌ରୁ ଲୋକମାନେ ମୋମୋ ମଗାଉଥିବା ବେଳେ ଉତ୍ତର ଭାରତୀୟ ଖାଦ୍ୟକୁ ଗରମ ମସଲାରୁ ମଗାଉଛନ୍ତି। ବିରିୟାନିରେ ଲୋକମାନଙ୍କ ପସନ୍ଦ ହେଉଛି ବିରିୟାନି ବକ୍ସ। ମିଠା ଖାଇବା ଲାଗି ଲୋକମାନେ ମିଓ ଆମୋରେ, ଛପନ ଭୋଗ ଏବଂ ବାସ୍‌କିନ୍ ଆଣ୍ଡ୍ ରବିନ୍‌ସକୁ ଅଧିକ ଭରସା କରୁଛନ୍ତି।